fbpx

(Video) ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ଲଜ୍ଜାଜନକ! ଶେଖ ହସୀନାଙ୍କ ବାସଭବନରୁ ଶାଢ଼ୀ, ସୋଫା, ଟେବୁଲ, ଟିଭି ଆଦି ଆସବାବପତ୍ର ଲୁଟି ନେଉଛନ୍ତି ଉପଦ୍ରବକାରୀ

ନୂଆଦିଲ୍ଲୀ: ସଂରକ୍ଷଣକୁ ନେଇ ବାଂଲାଦେଶରେ ସୃଷ୍ଟି ହୋଇଥିବା ବିବାଦ ଏବେ ତୀବ୍ର ରୂପ ନେଇଛି । ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଶେଖ ହସୀନାଙ୍କୁ ନିଜ ଛାଡ଼ିବାକୁ ପଡ଼ିଛି । ବର୍ତ୍ତମାନ ସମୟରେ ହସୀନା ଭାରତରେ ଅଛନ୍ତି । ଗତକାଲି ଗାଜିଆବାଦର ହିଣ୍ଡନ ଏୟରାବେସରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିମାନ ଅଟକିଥିଲା । ଏହା ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ପାଖାପାଖି ଦେଢ଼ ଘଣ୍ଟା ଧରି ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ବିଦେଶ ମନ୍ତ୍ରୀ ଓ ଏନଏସଏ ପ୍ରଧାନମନ୍ତ୍ରୀଙ୍କୁ ବାଂଲାଦେଶର ସ୍ଥିତି ବାବଦରେ ଅବଗତ କରାଇଥିଲେ ।

ଅନ୍ୟପକ୍ଷରେ ବାଂଲାଦେଶରେ ଉପଦ୍ରବକାରୀଙ୍କ ହଙ୍ଗାମା ମାନବିକତାର ସୀମା ଲଙ୍ଘିଛି । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପଶି ଉପଦ୍ରବକାରୀମାନେ ଯେଉଁ ଲୁଟପାଟ କରିଛନ୍ତି ତା’ର ଭିଡିଓ ସବୁ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓ ଯେ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ । ଉପଦ୍ରବକାରୀମାନେ ହସୀନାଙ୍କ ବାସଭବନରେ ପଶି ଚେୟାର, ଟେବୁଲ, ଶାଢ଼ୀ, ବ୍ଲାଉଜ, ମହଙ୍ଗା ପଙ୍ଖା, ବୃକ୍ଷ, ଟିଭି, ବେଡଶିଟ, ଟ୍ରଲି ବ୍ୟାଗ ଆଦି ଗଣ୍ଠିଲି କରି ଲୁଟି ନେଉଥିବା ଦେଖାଯାଉଛି ।

କିଛି ଲୋକ ହସୀନାଙ୍କ କପଡ଼ା ଓ ବ୍ୟକ୍ତିଗତ ସାମଗ୍ରୀ ଲୁଟି ନେଉଥିବାର ଦେଖାଯାଉଛି । ଯିଏ ଯାହାର ପାରିଲା ଲଟିବାରେ ଲାଗିପଡ଼ିଛନ୍ତି । କିଏ ଛେଳି ଲୁଟି ନେଉଛି ତ ଆଉ କିଏ ପଲଙ୍କ ଉପରେ ଶୋଇ ମଜା ନେଉଛି । ସେହିପରି କିଏ ଜିମ୍ ମେଶିନ ଲୁଟି ନେଲାଣି ତ ଆଉ କିଏ ବଡ଼ ଗର୍ବର ସହ ସେଲଫି ନେଉଥିବାର ଦେଖାଯାଉଛି । ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି ଫଟୋ ଆଉ ଭିଡିଓକୁ ଦେଖିଲେ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ସେତିକି ଲଜ୍ଜା ମଧ୍ୟ ଅନୁଭବ ହେଉଛି ।

Get real time updates directly on you device, subscribe now.