fbpx

ସର୍ବସାଧାରଣ ସ୍ଥାନରେ ପ୍ରତିବାଦ ମନା

ନୂଆଦିଲ୍ଲୀ, ୭ ।୧୦: ଦିଲ୍ଲୀର ଶାହିନବାଗ ପ୍ରତିବାଦ ଘଟଣାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଅଦାଲତ କହିଛନ୍ତି ଯେ, ଶାହିନ୍ ବାଗ ବା ଅନ୍ୟ ସର୍ବସାଧାରଣ ସ୍ଥାନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପ୍ରଦର୍ଶନ କରାଯାଇପାରିବ ନାହିଁ । ଲୋକମାନଙ୍କର ଯିବା-ଆସିବାର ଅଧିକାର ବନ୍ଦ ହୋଇପାରିବ ନାହିଁ । ବିରୋଧ କରିବାର ଅଧିକାର ଏବଂ ଯିବା ଆସିବାର ଅଧିକାର ମଧ୍ୟରେ ସନ୍ତୁଳନ ରହିବାର ଆବଶ୍ୟକତା ରହିଛି । ନିର୍ଦ୍ଦିଷ୍ଟ ସ୍ଥାନରେ ଏହି ପ୍ରତିବାଦ କରାଯିବା ଉଚିତ ବୋଲି କୋର୍ଟ କହିଛନ୍ତି ।

ତେବେ ପ୍ରତିବାଦ ଗାଇଡଲାଇନ ପିଟିସନ ଉପରେ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ସିଏଏ ବୋରୋଧରେ ଶାହିନବାଗରେ ମାସରୁ ଅଧିକ ଦିନ ଯାଏ ପ୍ରତିବାଦ ଚାଲିଥିଲା । ଦିଲ୍ଲୀ-ନୋଏଡା ରାସ୍ତା ବନ୍ଦ କରି ଆନ୍ଦୋଳନକାରୀମାନେ ପ୍ରତିବାଦ କରିଥିଲେ ।

Get real time updates directly on you device, subscribe now.