fbpx
BSKY
BJD MC SKY
BJD YOUTH SKY

ଆଗାମୀ ନିର୍ବାଚନରେ ସୁଚାରୁରୂପେ ମତଦାନ ପାଇଁ ନିର୍ବାଚନ ଆୟୋଗଙ୍କ ଗୁରୁତ୍ୱ; ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ ବିଶେଷ ସୁବିଧାର ବ୍ୟବସ୍ଥା

ନୂଆଦିଲ୍ଲୀ : ମତଦାତାମାନେ କିଭଳି ସୁଚାରୁରୂପେ ମତଦାନ କରିବେ ସେଥିପାଇଁ ନିର୍ବାଚନ ଆୟୋଗ ସବୁବେଳେ ଗୁରୁତ୍ୱ ପ୍ରଦାନ କରିଛନ୍ତି । କୌଣସି ମତଦାତା ଯେପରି ଭୋଟ୍‍ଦାନରୁ ବଞ୍ଚିତ ନହେବେ ସେଥିପ୍ରତି ଆୟୋଗ ଲକ୍ଷ୍ୟ ରଖିଛନ୍ତି ।

୮୫ ବର୍ଷରୁ ଅଧିକ ବୟସ୍କ ଓ ୪୦ ପ୍ରତିଶତ ଦିବ୍ୟାଙ୍ଗ ଘରେ ବସି ଭୋଟ ଦେଇପାରିବେ ନିର୍ବାଚନ ଆୟୋଗ ସେଥିପ୍ରତି ପଦକ୍ଷେପ ନେଇଛନ୍ତି । ପ୍ରତ୍ୟେକ ମତଦାନ କେନ୍ଦ୍ରରେ ସ୍ୱେଚ୍ଛାସେବୀ ଓ ହ୍ୱିଲ୍ ଚେୟାର ଉପଲବ୍ଧ କରାଯିବ । ଦିବ୍ୟାଙ୍ଗ ଓ ବୟସ୍କଙ୍କ ପାଇଁ ଆୟୋଗଙ୍କ ପକ୍ଷରୁ ପରିବହନ ବ୍ୟବସ୍ଥା ମଧ୍ୟ କରାଯିବ । ଭିନ୍ନକ୍ଷମଙ୍କୁ ସହଜରେ ମତଦାନ କରିବା ଏବଂ ମତଦାନ କେନ୍ଦ୍ରରେ ସୁବିଧା ପାଇବା ପାଇଁ ଆୟୋଗ ସକ୍ଷମ ଆପ୍ ଲଞ୍ଚ କରିଛନ୍ତି ।

ଛାତ୍ରଛାତ୍ରୀଙ୍କୁ ନିର୍ବାଚନ ପ୍ରକ୍ରିୟାର ଉପହାର ସ୍ୱରୂପ ବିଦ୍ୟାଳୟରେ ସ୍ଥାୟୀ ନିଶ୍ଚିତ ସର୍ବନିମ୍ନ ସୁବିଧା ଏ.ଏମ.ଏଫ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ନିଶ୍ଚିତ ସର୍ବନିମ୍ନ ସୁବିଧା ଗୁଡ଼ିକ ମଧ୍ୟରେ ପାନୀୟ ଜଳ, ଶୌଚାଳୟ, ହ୍ୱିଲଚେୟାର, ହେଲ୍ପଡେସ୍କ, ଭୋଟର ସୁବିଧା କେନ୍ଦ୍ର, ପର୍ଯ୍ୟାପ୍ତ ଆଲୋକ ଏବଂ ସେଡ୍ ଅନ୍ତର୍ଭୁକ୍ତ କରାଯାଇଛି । ଭିନ୍ନକ୍ଷମଙ୍କ ଦ୍ୱାରା ପରିଚାଳିତ ମତଦାନ କେନ୍ଦ୍ର, ବିଶେଷ କରି ମହିଳାଙ୍କ ଦ୍ୱାରା ପରିଚାଳିତ ମତଦାନ କେନ୍ଦ୍ର ଏବଂ ଆଦର୍ଶ ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.