fbpx

ଗିରଫ ହେଲା ୨୦ ଜଣଙ୍କ ହତ୍ୟାକାରୀ ସାଇକୋ କିଲର ଅବିନାଶ

ନୂଆଦିଲ୍ଲୀ, ୧୯ା୧୨: ବିହାରର ସାଇକୋ କିଲାର ଯେ କି ୨୦ରୁ ଅଧିକ ଲୋକଙ୍କୁ ହତ୍ୟା କରିସାରିଛି । ଗଞ୍ଜେଇ ଚୋରା ଚାଲାଣ କରିବାକୁ ଯିବା ସମୟରେ ଏହି କିଲର ଅବିନାଶ ଶ୍ରୀବାସ୍ତବକୁ ପୋଲିସ ଗିରଫ କରିଛି ।

ଅବିନାଶ ହେଉଛି ଗୋଟିଏ ସୁପାରି କିଲର ଯେ କି ଆରଜେଡିର ପୂର୍ବତନ ବିଧାୟକଙ୍କ ପୁଅ । ଅବିନାଶ ଏତେ ଭୟଙ୍କର ଯେ ନିଜ ବାପାଙ୍କ ହତ୍ୟାକାରୀର ଶରୀରରେ ୩୨ଟି ଗୁଳି ଚଳାଇଥିଲା । ଏପରିକି ହତ୍ୟାର ୩ ଘଣ୍ଟା ପର୍ଯ୍ୟନ୍ତ ଶବ ପାଖରେ ବସି ରହିଥିଲା । ଭୟରେ ତା ପାଖକୁ କେହି ଯାଇନଥିଲେ ।

ଜଣେ ବଡ଼ ଅପରାଧୀଙ୍କୁ ବିପୁଳ ପରିମାଣରେ ଗଞ୍ଜେଇ ଚାଲାଣ କରିବା ଖବର ପୋଲିସକୁ ପୂର୍ବରୁ ସୂଚନା ମିଳିଥିଲା । ପୋଲିସ ଅବିନାଶ ଓ ଅନ୍ୟ ଦୁଜଣଙ୍କୁ ମଧ୍ୟ ଗିରଫ କରିଛି ।

Get real time updates directly on you device, subscribe now.