(Video) ‘ଭଲପାଇବା ବେଳେ କ’ଣ ର‍୍ୟାଙ୍କ ଦେଖି ଭଲ ପାଇଥିଲ?’… ସୁମିତଙ୍କୁ ତାତ୍ସଲ୍ୟ କଲେ ପବ୍ଲିକ ସ୍ପିକର

ବହୁଚର୍ଚ୍ଚିତ ତପସ୍ୱିନୀ- ଡାକ୍ତର ସୁମିତ୍ ପାରିବାରିକ କଳହ ମାମଲାରେ ଦିନକୁ ଦିନ ନୂଆ ଘଟଣା ଦେଖିବାକୁ ମିଳୁଛି । ଘଟଣା ସମାଧାନ ହେବା ପରିବର୍ତ୍ତେ, ଦିନକୁ ଦିନ ଛନ୍ଦି ହୋଇଚାଲିଛି । ଏପର୍ଯ୍ୟନ୍ତ ସୁମିତ୍ ସାମ୍ନାକୁ ଆସିନଥିବାବେଳେ ଦୁଇଦିନ ତଳେ ତପସ୍ୱିନୀଙ୍କୁ ଶାଶୁଘରେ ପ୍ରବେଶ କରିବା ପାଇଁ ସମର୍ଥନରେ ଶତାଧିକ ମହିଳା, ସୁମିତଙ୍କ ଘର ଗେଟ ଭାଙ୍ଗି ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ଯାହାପରେ ମାମଲା ଆହୁରି ଜଟିଳ ହେବାରେ ଲାଗିଛି ।

ସେପଟେ ଏହି ପ୍ରସଙ୍ଗରେ ଅନେକ ତପସ୍ୱିନୀଙ୍କୁ ସେମାନଙ୍କର ସମର୍ଥନ ଜଣାଇଥିବାବେଳେ ନିଜର ମତ ରଖିଛନ୍ତି ପବ୍ଲିକ ସ୍ପିକର । ଏହି ମାମଲାକୁ ନେଇ ସେ ପ୍ରମୋଦ ସାହୁଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯଦି ପୁଅ ଝିଅ ଯେତେବେଳେ ଭୁଲ କରିବେ ସେତେବେଳେ ବାପା ମା’ ତାଙ୍କୁ ଭଲ ଉପଦେଶ ଦେବା ଦରକାର । କିନ୍ତୁ ସୁମିତଙ୍କ ବାପା ସୁମିତଙ୍କୁ ଭୁଲ କଥା କହି ଭୁଲ ରାସ୍ତାକୁ ନେଉଛନ୍ତି । ଝିଅର ବାପା ମା’ଙ୍କୁ ଡକାଇ ଏହି ମାମଲା ବିଷୟରେ ବୁଝାସୁଝା କରିବା ଦରକାର କିନ୍ତୁ ସେମାନେ ସାମ୍ନାକୁ ଆସୁନାହାନ୍ତି । ଜିଦ କରି ଘରେ ଗୃହବନ୍ଦୀ ହୋଇ ରହୁଛନ୍ତି । ଦେଖନ୍ତୁ ଭିଡିଓ…