fbpx

ପୂଜା ଖେଡକରଙ୍କୁ ଝଟକା ପରେ ଝଟକା, IAS ପଦରୁ ବରଖାସ୍ତ କଲେ କେନ୍ଦ୍ର ସରକାର

Puja Khedkar dismissed from IAS duties by centre

ମୁମ୍ବାଇ:   ମହାରାଷ୍ଟ୍ରର ପୂର୍ବତନ ଟ୍ରେନି ଆଇଏଏସ୍ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ । କେନ୍ଦ୍ର ସରକାର ପୂଜା ଖେଡକରଙ୍କୁ ତୁରନ୍ତ ପ୍ରଶାସନିକ ସେବାରୁ ବରଖାସ୍ତ କରିଛନ୍ତି । ଆଇଏଏସ୍ (ପ୍ରୋବେସନ୍) ନିୟମ, 1995 ଅନୁଯାୟୀ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ଏହାପୂର୍ବରୁ ୟୁପିଏସସି ଏବଂ ଦିଲ୍ଲୀ ପୋଲିସ ପୂର୍ବତନ ଆଇଏସ ପୂଜା ଖେଡକରଙ୍କ ଜାମିନ ଆବେଦନକୁ ବିରୋଧ କରିଥିଲେ ।

ୟୁପିଏସସି ଏବି ଦିଲ୍ଲୀ ପୋଲିସ ପକ୍ଷରୁ କୋର୍ଟକୁ କୁହାଯାଇଛି ଯେ, ପୂଜା କେବଳ ଆୟୋଗ ନୁହେଁ ବରଂ ପ୍ରତାରଣା କରିଛନ୍ତି । ଓବିସି ସଂରକ୍ଷଣ ଏବଂ ଭିନ୍ନକ୍ଷମ କୋଟା ସହାୟତାରେ ପୂଜା ଖେଡକର କେନ୍ଦ୍ର ଜନସେବା ଆୟୋଗ ପରୀକ୍ଷା ଦେଇଥିବା ଅଭିଯୋଗ ହୋଇଛି । ସେ ସମସ୍ତ ଦଲିଲକୁ ଜାଲିଆତି କରିଥିବା ଅଭିଯୋଗ ହୋଇଛି । ଠକେଇ ଦ୍ୱାରା ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାରୁ ପୂଜା ଖେଡକରଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଏକ ମାମଲା ରୁଜୁ କରିଥିଲା । କହିରଖୁଛୁ କି ଏହା ପୂର୍ବରୁ ଗଜ ଜୁଲାଇ 31 ତାରିଖରେ ୟୁନିୟନ ପବ୍ଲିକ ସର୍ଭିସ କମିଶନ ପକ୍ଷରୁ ତାଙ୍କ ପ୍ରୋଭିଜନାଲ ପ୍ରାର୍ଥୀତ୍ବକୁ ରଦ୍ଦ କରାଯାଇଥିଲା ।

କୋର୍ଟରେ କଣ କହିଥିଲେ ପୂଜା ଖେଡକର-ଏହା ପୂର୍ବରୁ ଗତ ସେପ୍ଟେମ୍ବର 5 ତାରିଖରେ ପୂଜା ଦିଲ୍ଲୀ ହାଇକୋର୍ଟରେ କହିଥିଲେ, ମୁଁ ଏମ୍ସରେ ନିଜର ଭିନ୍ନକ୍ଷମ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ରହିଛି ।

Get real time updates directly on you device, subscribe now.