fbpx

ବୁଧବାରଠୁ ଆରମ୍ଭ ହେବ ଯୁକ୍ତ ଦୁଇ ନାମଲେଖା ପ୍ରକିୟା, ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ଆସନ୍ତା ୨୦ ତାରିଖ ଅର୍ଥାତ୍ ବୁଧବାରଠୁ ଯୁକ୍ତ ଦୁଇ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆବେଦନପତ୍ର ଗ୍ରହଣ କରାଯିବ । ଏହା ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଏ ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ । ସେ କହିଛନ୍ତି ଯେ ସାମ୍ସ ପୋର୍ଟାଲରେ ଆବେଦନ କରାଯାଇପାରିବ । ତେବେ ସିବିଏସ୍‌ଇ ଓ ଆଇସିଏସ୍‌ଇ ପରୀକ୍ଷାଫଳ ପ୍ରକାଶ ପାଇନଥିବାରୁ ଅବଧି ବଢିବାର ସମ୍ଭାବନା ରହିଛି । ସେହିପରି ଚଳିତବର୍ଷ ମାଟ୍ରିକରେ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ପାସ୍‌ କରିଥିବାବେଳେ ସିଟ୍‌ ପାଇଁ ସମସ୍ୟା ଉପୁଜିଲେ ଏଥିରେ ବୃଦ୍ଧି ଘଟାଯିବ ବୋଲି ମନ୍ତ୍ରୀ କହିଥିଲେ ।

Get real time updates directly on you device, subscribe now.