fbpx

ପୁଲୱାମା ଆଟାକକୁ ପ୍ରତିଷୋଧର ରୂପ ଦେଲା ନାବାଳକ: ବାବ୍ରି ମସଜିଦ ଭାଙ୍ଗିବାର ବଦଲା କହି କାଶ୍ମୀର ନାବାଳକ ଗିରଫ

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣକୁ ବିତିଯାଇଛି ତିନି ବର୍ଷ । କିନ୍ତୁ ଏବେ ଏହି ଘଟଣାକୁ ନେଇ ଥମୁନି ଚର୍ଚ୍ଚା । ବିଭିନ୍ନ ପ୍ରକାର ମନ୍ତବ୍ୟ ଦେଖା ଯାଉଛି ସୋଶଲ ମିଡିଆରେ । କିନ୍ତୁ ଏମିତି ଏକ ମନ୍ତବ୍ୟ ଦେଇ ଫସି ଯାଇଛନ୍ତି କାଶ୍ମୀରର ଜଣେ ନାବାଳକ । ପୁଲୱାମା ଆଟାକକୁ ବାବ୍ରି ମସଜିଦ ଧ୍ୱଂସର ଏକ ପ୍ରତିଷୋଧ ବୋଲି କହିଛି ଏହି ନାବାଳକ । ତେବେ ଏହି ଘଟଣା ଭାଇରାଲ ହେବା ପରେ ସମ୍ପୃକ୍ତ ନାବଳକକୁ ଗିରଫ କରିଛି ପୋଲିସ ।

ହ୍ୱାଟ୍ସଆପ ଏବଂ ଇନଷ୍ଟାଗ୍ରାମ ପରି କିଛି ସୋଶଲ ମିଡିଆରେ ଭାେଇରାଲ କରିଥିଲା ଏହି ମେସେଜ । ବାବ୍ରି ମସଜିଦ ନଷ୍ଟ କରିବା ଘଟଣାର ପ୍ରତିଷୋଧ ନେବା ପାଇଁ ପୁଲୱାମା ଆଟାକ ହୋଇଥିଲା ବୋଲି ଏକ ଆପତ୍ତିଜନକ ମେସେଜ ଶେୟର ହୋଇଥିଲା । କାଶ୍ମୀରର ୧୭ ବର୍ଷର ଜଣେ କଲେଜ ଛାତ୍ର ଏହି ମେସେଜକୁ ଭାଇରାଲ କରିଥିବା ଜଣାପଡିଥିଲା । ଏହାପରେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଥିଲା । ଏଥିସହ ନାବାଳକକୁ ଆପତ୍ତି ଜନକ ମେସେଜ ଶେୟର କରିବା ଅଭିଯୋଗରେ ଗିରଫ କରିଛି ପୋଲିସ । କଲେଜ ପ୍ରଶାସନରୁ ଖବର ପାଇ ନାବାଳକକୁ ଗିରଫ କରାଯାଇଥିବା ଜଣାଯାଇଛି ।

ତେବେ ପୋଲିସର କ୍ୟାପଟେନଙ୍କ କହିବା ଅନୁସାରେ, ଛାତ୍ରକୁ ଗିରଫ କରିବା ପରେ ତା ପାଖରେ ତିବା ମୋବାଇଲ, ଲାପଟପ ସିଜ କରିବା ସହିତ ପୋଲିସ ତଦନ୍ତ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିଛି । ଏବେ ଛାତ୍ରକୁ ପଚରାଉଚରା ଜାରି ରହିଥିବା ବେଳେ ଫଟୋ ଏବଂ ଭିଡିଓକୁ ନେଇ ଖୋଳତାଡ କରୁଛି ପୋଲିସ ।

Get real time updates directly on you device, subscribe now.