fbpx

ପୁଲୱାମା ସିଆରଫିଏଫ ଆକ୍ରମଣ ଘଟଣା: ଜୈଶ-ଏ–ମୋହମ୍ମଦର ୫ ଆତଙ୍କବାଦୀଙ୍କୁ ଆଜୀବନ କାରାଦଣ୍ଡ, ୪୦ ଯବାନ ହୋଇଥିଲେ ସହିଦ

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦଙ୍କ ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ସୋମବାର ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ପୁଲୱାମାରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ଉପରେ ଆକ୍ରମଣ ତଥା ଷଡଯନ୍ତ୍ର କରିଥିବାରୁ କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି । ଏହି ପାଞ୍ଚ ଜଣ ଆତଙ୍କବାଦୀଙ୍କ ମଧ୍ୟରେ ସଜ୍ଜାଦ ଅହମ୍ମଦ ଖାନଙ୍କ ନାମ ମଧ୍ୟ ସାମିଲ ଅଛି । ଯିଏ ପୁଲୱାମାରେ ସିଆରପିଏଫ ଯବାନଙ୍କ ଉପରେ ଆକ୍ରମଣ ସମୟରେ ସୁରକ୍ଷା ବାହିନୀର ଗତିବିଧି ବିଷୟରେ ସୂଚନା ଦେଇଥିଲା ।
ପଟିଆଲା ହାଉସ କୋର୍ଟ ସମଗ୍ର ଦେଶରେ ହେଉଥିବା ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଏବଂ ଏଥିରେ ଯୁବକମାନଙ୍କୁ ନିଯୁକ୍ତି ଏବଂ ତାଲିମ ଦେବା ପାଇଁ ସମସ୍ତ ଆତଙ୍କବାଦୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ସ୍ୱତନ୍ତ୍ର ବିଚାରପତି ଶୈଳେନ୍ଦ୍ର ମଲିକ୍ ସଜ୍ଜାଦ ଅହମ୍ମଦ ଖାନ, ବିଲାଲ ଅହମ୍ମଦ ମିର, ମୁଜାଫର ଅହମ୍ମଦ ଭଟ, ଇଶଫାକ ଅହମ୍ମଦ ଭଟ ଏବଂ ମେହରାଜୁଦ୍ଦିନଙ୍କୁ ଏହି ଦଣ୍ଡ ପ୍ରଦାନ କରିଛନ୍ତି । ଏହି ମାମଲାରେ ବିଚାରପତି ତନବୀର ଅହମ୍ମଦ ଗନିଙ୍କୁ ପାଞ୍ଚ ବର୍ଷର ଜେଲ ଦଣ୍ଡ ଶୁଣାଇଛନ୍ତି ।

 

କୋର୍ଟ କହିଛନ୍ତି ଯେ ସମସ୍ତ ଦୋଷୀ ମିଳିତ ଭାବେ ଭାରତ ବିରୁଦ୍ଧରେ ଯୁଦ୍ଧ କରିବାକୁ ଷଡଯନ୍ତ୍ର କରିଥିଲେ । ତେବେ ଦୋଷୀମାନେ କେବଳ ଜୈଶଙ୍କର ସଦସ୍ୟ ନୁହଁନ୍ତି, ସେମାନେ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଏବଂ ଗୋଳା ବାରୁଦ ଯୋଗାଇବାରେ ସହଯୋଗ କରୁଥିଲେ । ସଜ୍ଜାଦ ଅହମ୍ମଦ ଖାନଙ୍କ ନାମ ମଧ୍ୟ ଏହି ପାଞ୍ଚ ଜଣ ଆତଙ୍କବାଦୀଙ୍କ ନାମ ମଧ୍ୟରେ ସାମିଲ ।

ବିଚାରପତି କହିଛନ୍ତି ଯେ, ଅଭିଯୁକ୍ତମାନେ ଜାମ୍ମୁ-କାଶ୍ମୀରର ସ୍ଥାନୀୟ ଲୋକଙ୍କୁ ଆତଙ୍କବାଦୀ କାର୍ଯ୍ୟରେ ନିଯୁକ୍ତ କରିବା ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଅର୍ଥ ବ୍ୟବସ୍ଥା କରିବା ପାଇଁ ମଧ୍ୟ ସାମିଲ ହୋଇଥିଲେ । ସୂଚନାଯୋଗ୍ୟ ଯେ, ୨୦୧୯ ଆତଙ୍କବାଦୀ ମାନେ ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାର ସିଆରପିଏଫ ଯବାନ ମାନଙ୍କ ଉପରେ ଆକ୍ରମଣ କରିଥିଲେ, ଯେଉଁଥିରେ ୪୦ ଜଣ ଯବାନ ସହିଦ ହୋଇଥିଲେ ।

 

Get real time updates directly on you device, subscribe now.