fbpx

ପୁଣେରେ ହେଲିକପ୍ଟର କ୍ରାସ: ତଳକୁ ଖସି ହୋଇଗଲା ଚୁରମାର, ସାମ୍ନାକୁ ଆସିଲା Video

ପୁଣେ: ମହାରାଷ୍ଟ୍ରରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରାଥମିକ ସୂଚନା ଅନୁଯାୟୀ, ଖରାପ ପାଗ ଯୋଗୁଁ ଏହି ଦୁର୍ଘଟଣା ଘଟିଛି ।

ହେଲିକପ୍ଟର ପାଇଲଟ୍ ସହିତ ଚାରି ଜଣ ଲୋକ ଥିଲେ । ବର୍ତ୍ତମାନ ପାଇଲଟ୍ ସୁରକ୍ଷିତ ଅଛନ୍ତି , ଦୁର୍ଘଟଣାରେ ସମସ୍ତ ଚାରି ଜଣ ଆହତ ହୋଇଛନ୍ତି । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ।

ଏଡବ୍ଲ୍ୟୁ ୧୩୯ ନାମକ ଏହି ହେଲିକପ୍ଟରଟି ମୁମ୍ବାଇରୁ ବିଜୟୱାଡ଼ା ଅଭିମୁଖେ ଯାଉଥିବା ବେଳେ ଯାନ୍ତ୍ରିକ ତ୍ରୁଟି ଏବଂ ପ୍ରତିକୂଳ ପାଣିପାଗ କାରଣରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଏଥିରେ ଥିବା ୪ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ସେହି ୪ ଜଣ ହେଉଛନ୍ତି କ୍ୟାପଟେନ୍ ଆନନ୍ଦ, ଧୀର ଭାଟିଆ, ଅମରଦୀପ ସିଂ ଏବଂ ଏସପି ରାମ। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ଖୁସିର କଥା, ତଳୁ ଏହାର ଉଚ୍ଚତା ଅଧିକ ନଥିଲା ।

Get real time updates directly on you device, subscribe now.