fbpx

‘ପୁଣେର ନାବାଳକ ଡ୍ରାଇଭର୍ ଗୋଟେ ହ୍ୟୁମାନ୍ ବମ୍, ତା’ ଜାମିନକୁ ରଦ୍ଦ କରାଯାଉ’

Advertisement

ପୁଣେ: ମହାରାଷ୍ଟ୍ରର ବହୁଚର୍ଚ୍ଚିତ ପୁଣେ ହିଟ୍ ଆଣ୍ଡ ରନ୍ ମାମଲାରେ ଆଇଟି ଇଞ୍ଜିନିୟର ଗିରଫ। ଅନୀଶ ଅଧିଆ ଓ ଅଶ୍ୱିନୀ କୋସ୍ତାଙ୍କ ମୃତ୍ୟୁ ଘଟିଛି। ଅଶ୍ୱିନୀ କୋଷ୍ଠା ମଧ୍ୟପ୍ରଦେଶର ଜବଲପୁରର ବାସିନ୍ଦା ଥିଲେ। ଅନୀଶ ଅଧିଆ ମଧ୍ୟପ୍ରଦେଶର ଉମରିଆ ଜିଲ୍ଲାର ବାସିନ୍ଦା ଥିଲେ। ମଙ୍ଗଳବାର ସକାଳେ ଉଭୟଙ୍କ ମୃତଦେହ ସେମାନଙ୍କ ଘରେ ପହଞ୍ଚିବା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ସେମାନଙ୍କ ଚିତ୍କାର ସମସ୍ତଙ୍କ ଆଖିରେ ଲୁହ ଆଣିଦେଇଥିଲା। ଅଭିଯୁକ୍ତ ବିଲଡରଙ୍କ ନାବାଳକ ପୁଅକୁ ମିଳିଥିବା ଜାମିନକୁ ଅଶ୍ୱିନୀ ଓ ଅନିସଙ୍କ ପରିବାର ଲୋକେ ବିରୋଧ କରିଛନ୍ତି।

କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ସେମାନେ ଦାବି କରିଛନ୍ତି। ଅଶ୍ୱିନୀ କୋସ୍ତାଙ୍କ ପରିବାର ଲୋକେ କହନ୍ତି, ଏହା ଏକ ଦୁର୍ଘଟଣା ନୁହେଁ ବରଂ ହତ୍ୟା। ସବୁ ସ୍ତରରେ ଲଢ଼ିବାକୁ ପ୍ରସ୍ତୁତ। ମଙ୍ଗଳବାର ଭୋର ୩ଟାରେ ଏକ ଆମ୍ବୁଲାନ୍ସ ଉମରିଆ ଜିଲ୍ଲାର ବୀରସିଂହପୁରରେ ପହଞ୍ଚିଥିଲା। କବାଟ ଖୋଲିବା ମାତ୍ରେ ୨୪ ବର୍ଷୀୟ ଅନୀଶ ଅଧିଆଙ୍କ ପରିବାର ଲୋକେ କାନ୍ଦିବାକୁ ଲାଗିଥିଲେ। ଅନୀଶ ପୁଣେରେ କାମ କରୁଥିଲେ। ସେ ଅଶ୍ୱିନୀ କୋସ୍ତାଙ୍କ ସହ ଥିବା ବେଳେ ରବିବାର ଭୋର ସମୟରେ ଜଣେ ନିଶାସକ୍ତ ଯୁବକଙ୍କ ଦ୍ରୁତ ଗତିରେ ଆସୁଥିବା ଏକ ପୋର୍ଶ କାର୍ ସେମାନଙ୍କ ବାଇକ୍କୁ ଧକ୍କା ଦେଇଥିଲା।

ଫଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଅନୀଶଙ୍କ ଜେଜେବାପା ଆତ୍ମାରାମ ଅଧିୟା କହିଛନ୍ତି ଯେ “ପୁଣେର ଜଣେ ଜଣାଶୁଣା ରିଅଲ ଇଷ୍ଟେଟ ବ୍ୟବସାୟୀଙ୍କ ପୁଅ ନାବାଳକ ଡ୍ରାଇଭରଙ୍କୁ ଜାମିନ ମିଳିବା କଥା ନୁହେଁ। ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସମ୍ପୂର୍ଣ୍ଣ ଭୁଲ । ଆମେ କଠୋର ଦଣ୍ଡ ଚାହୁଁଛୁ। ଅଭିଯୁକ୍ତଙ୍କୁ ମିଳିଥିବା ଜାମିନକୁ ରଦ୍ଦ କରାଯାଉ।”

 

Get real time updates directly on you device, subscribe now.