fbpx
BJD
BJD SKY
BJD SKY

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ହତ୍ୟା ଧମକ

ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ମିଳିଛି ହତ୍ୟା ଧମକ । ଖାଲିସ୍ତାନୀ ଆତଙ୍କୀ ଏବଂ ଶିଖ୍ ଫର୍ ଜଷ୍ଟିସର ସଂସ୍ଥାପକ ଗୁରୁପତୱନ୍ତ ସିଂ ପନ୍ନୁ ଏହି ହତ୍ୟା ଧମକ ଦେଇଛନ୍ତି । ଆଗାମୀ ୨୬ ଜାନୁଆରୀରେ ମୁଖ୍ୟମନ୍ତ୍ରୀ ଭଗବନ୍ତଙ୍କ ଉପରେ ଆକ୍ରମଣ କରାଯିବା ସହ ପଞ୍ଜାବର ଊଏଚ ଗୌରବ ଯାଦବଙ୍କୁ ମଧ୍ୟ ହତ୍ୟା କରିବା ନେଇ ଧମକ ଦେଇଛନ୍ତି ପନ୍ନୁ ।

କୁହାଯାଉଛି ଯେ ଖାଲିସ୍ତାନୀ ଏବଂ ଗ୍ୟାଙ୍ଗଷ୍ଟରଙ୍କ ଉପରେ ହେଉଥିବା ନିରନ୍ତର କାର୍ଯ୍ୟାନୁଷ୍ଠାନ କାରଣରୁ ଗ୍ୟାଙ୍ଗଷ୍ଟର ଏବଂ ଖାଲିସ୍ତାନୀ ସମର୍ଥକମାନେ ବିବ୍ରତ ହୋଇପଡ଼ିଛନ୍ତି । ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ଦିଆଯାଇଥିବା ହତ୍ୟା ଧମକ ଏହାର ଏକ ଉଦାହରଣ । କହିରଖୁଛୁ ପଞ୍ଜାବ ପୋଲିସ ପକ୍ଷରୁ ଗ୍ୟାଙ୍ଗଷ୍ଟର ଏବଂ ଖାଲିସ୍ତାନୀ ଆତଙ୍କୀଙ୍କ ବିରୋଧରେ ଜିରୋ ଟୋଲେରେନ୍ସ ନୀତି ଆପଣେଇଛି ଏବଂ ଏନେଇ କିଛି ଦିନ ହେବ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି । ଜାନୁଆରୀ ୨୨ରେ ଆୟୋଜିତ ହେବାକୁ ଥିବା ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଭାରତ ସରକାରଙ୍କୁ ଧମକ ଦିଆଯିବାର ୧ ସପ୍ତାହ ପରେ ଭଗବନ୍ତ ମାନଙ୍କୁ ହତ୍ୟା ଧମକ ଦିଆଯାଇଛି । ଖାଲିସ୍ତାନୀ ପନ୍ନୁ ମୁସଲମାନ ସମ୍ପ୍ରଦାୟର ଲୋକମାନଙ୍କୁ ରାମ ମନ୍ଦିର ପ୍ରତିଷ୍ଠା ସମାରୋହର ବିରୋଧ କରିବା ପାଇଁ ଅନୁରୋଧ କରିଥିଲେ ।

 

 

 

 

 

 

 

 

 

Get real time updates directly on you device, subscribe now.