fbpx

(Video) ଅଯୋଧ୍ୟାକୁ ସୁଗନ୍ଧିତ କରିବ ଗୁଜରାଟରୁ ଆସିଥିବା ୧୦୮ ଫୁଟ ଅଗରବତୀ, ଦେଖନ୍ତୁ ଜଳାଗଲା ଏପରି

ନୂଆଦିଲ୍ଲୀ: ଅଯୋଧ୍ୟା ସ୍ଥିତ ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠାର ବିଧିମାନ ଆଜିଠାରୁ ଆରମ୍ଭ ହୋଇସାରିଛି । ଏହି ସମୟରେ ଅଯୋଧ୍ୟାରେ ଗୁଜୁରାଟରୁ ଅଣାଯାଇଥିବା ୧୦୮ ଫୁଟ ଅଗରବତୀକୁ ଜଳାଯାଇଛି । ଏହି ଅଗରବତୀ ରାମ ଜନ୍ମଭୂମୀ ପରିବେଶକୁ ସୁଗନ୍ଧିତ କରିବ । ଏହି ଅଗରବତୀ ହର୍ବାଲ ଉପରେ ତିଆରି କରାଯାଇଛି । ଯେଉଁଥିରେ ପରିବେଶକୁ କୌଣସି କ୍ଷତି ପହଁଚିବ ନାହିଁ । ତେବେ ମଙ୍ଗଳବାର ଦିନ ନୃତ୍ୟଗୋପାଳ ଦାସଙ୍କ ଉପସ୍ଥିତିରେ ଅଗରବତୀ ଜଳାଯାଇଛି ।

ରାମ ମନ୍ଦିର ପ୍ରତିଷ୍ଠାର ଆରମ୍ଭ ସହିତ ଆଜି ଏହି ଅଗରବତୀକୁ ଜଳାଯାଇଛି । ମହନ୍ତ ନୃତ୍ୟଗୋପାଳ ଦାସ ଯେତେବେଳେ ଏହାକୁ ଜଳାଇଛନ୍ତି ସେଠାରେ ଉପସ୍ଥିତ ସମସ୍ତ ଲୋକେ ଜୟ ଶ୍ରୀରାମ ସ୍ୱର କରିବା ଆରମ୍ଭ କରିଦେଇଛନ୍ତି । ଆଜିଠାରୁ ଏହି ଅଗରବତୀ ପୁରା ଦେଢ ମାସ ପର୍ଯ୍ୟନ୍ତ ଜଳିବ । ଏଥିସହ ଏହାର ସୁଗନ୍ଧ ବହୁ ଦୂର ପର୍ଯ୍ୟନ୍ତ ମହକିବ । ଏହି ଅଗତବତୀକୁ ଗୁଜରାଟର ବଡୋଦରାରେ ତିଆରି କରାଯାଇଛି ।

ଏହି ୧୮୦ ଫୁଟ ଲମ୍ବ ଧୂପକାଠିର ଚଉଡା ୩.୫ ଫୁଟ । ଏହାର ଉଟଜ ୩,୬୧୦ କିଲୋଗ୍ରାମର ଅଟେ । ଏଥିରେ ୩୭୬ କିଲୋ ଗୋଗୁଳ, ୩୭୬ କିଲୋ ନଡ଼ିଆ ଖୋଳ ବା ସଢେଇ, ୧୯୦ କିଲୋ ଗୁଆ ଘିଅରେ ତିଆରି ହୋଇଛି । ଏହା ବ୍ୟତୀତ ଏଥିରେ ୧୪୭୦ କିଲୋ ଗାଈ ଗୋବର ଏବଂ ୪୨୦ କିଲୋଗ୍ରାମ ଏବଂ ଆର‌୍ୟୁବେଦିକ ଜଡିବୁଟି ମିଶାଯାଇଛି ।

Get real time updates directly on you device, subscribe now.