fbpx

IB ACIO-Grade II ପଦକୁ ନେଇ ଅପଡେଟ୍: ଜାରି ହେଲା ଆଡମିଟ୍ କାର୍ଡ

ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ପକ୍ଷରୁ ଗତ ବର୍ଷ ନଭେମ୍ବର ମାସରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପ୍ରାର୍ଥୀଙ୍କୁ ୯୯୫ଟି ଆସିଷ୍ଟାଣ୍ଟ ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଅଫିସର (ଏସିଆଇଓ)- ଗ୍ରେଡ ୨/ ଏଗଜିକ୍ୟୁଟିଭ୍ ପଦରେ ନିଯୁକ୍ତି ଦିଆଯିବ । ସେଥିପାଇଁ ନଭେମ୍ବର ମାସ ୨୫ ତାରିଖରୁ ଡିସେମ୍ବର ମାସ ୧୫ ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ଆବେଦନ ପ୍ରକ୍ରିୟା ଚାଲିଥିଲା ।

ତେବେ ଉକ୍ତ ପଦକୁ ନେଇ ଏବେ ଆସିଛି ଏକ ବଡ଼ ଅପଡେଟ୍ । ଏସିଆଇଓ ଗ୍ରେଡ ୨ / କାର୍ଯ୍ୟନିର୍ବାହୀ ପଦର ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଜାରି କରାଯାଇଛି । ପ୍ରାର୍ଥୀମାନେ ଆଇବିର ଅଫିସିଆଲ ୱେବସାଇଟକୁ ଯାଇ ନିଜ ନିଜର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ଏହା ପୂର୍ବରୁ ପ୍ରାର୍ଥୀଙ୍କର ପରୀକ୍ଷା ସମ୍ବନ୍ଧୀୟ ସୂଚନା ଜାରି କରାଯାଇଥିଲା । ପ୍ରାର୍ଥୀଙ୍କ ପାଇଁ ଆଇବି ପକ୍ଷରୁ ଦୁଇଟି ଲିଙ୍କ ଦିଆଯାଇଛି ।

ଏହି ନିଯୁକ୍ତି ପାଇଁ ଆବେଦନର ଅନ୍ତିମ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୧୮ ଓ ସର୍ବାଧିକ ବୟସ ୨୭ ବର୍ଷ ରହିଥିଲା । ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ଓ ଅନ୍ୟ ପଛୁଆ ବର୍ଗ (ଓବିସି) ପ୍ରାର୍ଥୀଙ୍କ ପାଇଁ ନିୟମ ଅନୁଯାୟୀ ବୟସ କୋହଳ କରାଯିବ । ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପାସ୍ କରିଥିବା ପ୍ରାର୍ଥୀ ଏଥିରେ ଆବେଦନ କରିପାରିବେ । ୟୁଆରଙ୍କ ପାଇଁ ୩୭୭ଟି, ଆର୍ଥିକ ପଛୁଆ ଶ୍ରେଣୀ (ଇଡବ୍ଲ୍ୟୁଏସ)ଙ୍କ ପାଇଁ ୧୨୯ଟି, ଓବିସିଙ୍କ ପାଇଁ ୨୨ଟି, ଏସସିଙ୍କ ପାଇଁ ୧୩୪ଟି ଓ ଏସଟିଙ୍କ ପାଇଁ ୧୩୩ଟି ପଦ ସଂରକ୍ଷିତ ରହିଥିଲା । ସମସ୍ତ ପ୍ରାର୍ଥୀଙ୍କ ପାଇଁ ପରୀକ୍ଷା ପ୍ରୋସେସିଂ ଚାର୍ଜ ୪୫୦ ଟଙ୍କା ରଖାଯାଇଥିଲା । ୟୁଆର, ଇଡବ୍ଲ୍ୟୁଏସ ଓ ଓବିସି ପୁରୁଷ ପ୍ରାର୍ଥୀଙ୍କ ପାଇଁ ୧୦୦ ଟଙ୍କା ଅତିରିକ୍ତ ଚାର୍ଜ ରଖାଯାଇଥିଲା । ପେମେଣ୍ଟ ଅନଲାଇନ୍ ମୋଡ଼ରେ ଗ୍ରହଣ କରାଯାଇଥିଲା ।

ଆଡମିଟ୍ କାର୍ଡ ଡାଉନଲୋଡ୍ ଲିଙ୍କ-୧: https://cdn.digialm.com/EForms/configuredHtml/1258/86382/Index.html

ଆଡମିଟ୍ କାର୍ଡ ଡାଉନଲୋଡ୍ ଲିଙ୍କ-୨: https://cdn.digialm.com/EForms/configuredHtml/1258/86382/login.html

Get real time updates directly on you device, subscribe now.