fbpx

ଗଣତନ୍ତ୍ର ଦିବସ ଅବସରରେ ଆଜି ମୁକ୍ତ ହେବେ ୫୦ ଜଣ କଏଦୀ, କଣ ଜେଲରୁ ‘ମୁକ୍ତ’ ହେବେ କି ସିଦ୍ଧୁ ?

ନୂଆଦିଲ୍ଲୀ: ସଡକ ରାଗ ମାମଲାରେ ଜେଲ ଦଣ୍ଡ ଭୋଗୁଥିବା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କୁ ଆଜି ମୁକ୍ତ କରାଯିବ ବୋଲି ଶୁଣିବାକୁ ମିଳୁଛି । ତାଙ୍କ ମୁକ୍ତି ପାଇଁ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛି। ତାଙ୍କ ଗ୍ରହଣ ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯାଇଛି। ତେବେ ସିଦ୍ଧୁଙ୍କ ମୁକ୍ତି ସମ୍ପର୍କରେ ପଞ୍ଜାବର ଭଗବନ୍ତ ମନ ସରକାର କୌଣସି ସରକାରୀ ବିବୃତ୍ତି ଦେଇନାହାଁନ୍ତି।

ନବଜୋତ ସିଂ ସିଦ୍ଧୁଙ୍କ ସମର୍ଥକମାନେ ଗୁରୁବାର ଦିନ ପଞ୍ଜାବରେ ସେମାନଙ୍କ ନେତାଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି ଶେଷ କରିଛନ୍ତି। ସମର୍ଥକମାନେ ଆଶା କରୁଛନ୍ତି ଯେ ଗଣତନ୍ତ୍ର ଦିବସ ଅବସରରେ ଆଜି ମୁକ୍ତ ହେବାକୁ ଥିବା ସେହି ୫୦ ଜଣ କଏଦୀଙ୍କ ମଧ୍ୟରେ ସିଦ୍ଧୁଙ୍କ ନାମ ଅନ୍ତର୍ଭୁକ୍ତ ହେବ। କିନ୍ତୁ ସିଦ୍ଧୁଙ୍କ ମୁକ୍ତି ସମ୍ପର୍କରେ ପଞ୍ଜାବ ସରକାରଙ୍କ ତରଫରୁ ଏକ ସରକାରୀ ବିବୃତ୍ତି ନ ଥିବାରୁ ସେ ଆଜି ଜେଲରୁ ମୁକ୍ତି ପାଇବେ ବୋଲି କୁହାଯାଇପାରିବ ନାହିଁ।

ସୂଚାନମୂତାବକ ୧୯୮୮ ସଡ଼କ ରାଗ ମାମଲାରେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ପଟିଆଲାର ସେଣ୍ଟ୍ରାଲ ଜେଲରେ ଦଣ୍ଡ ଭୋଗୁଛନ୍ତି। ତାଙ୍କ ଦ୍ୱାରା ଜଣେ ବ୍ୟକ୍ତି ପ୍ରାଣ ଯାଇଥିଲା , ଯାହା ପରେ ସିଦ୍ଧୁଙ୍କୁ ଏକ ବର୍ଷ ଦଣ୍ଡିତ କରାଯାଇଥିଲା। ଗଣମାଧ୍ୟମ ଦିବସ ଅବସରରେ ମୁକ୍ତ ହୋଇଥିବା ୫୦ଜଣ କଏଦୀଙ୍କ ମଧ୍ୟରେ କଂଗ୍ରେସ ନେତା ସିଦ୍ଧୁ ଥାଇପାରନ୍ତି ବୋଲି ସ୍ଥାନୀୟ ଗଣମାଧ୍ୟମ ପ୍ରକାଶ କରିଛି।

ସିଦ୍ଧୁ ମୁକ୍ତ ହେବ ନାହିଁ:ସିଦ୍ଧୁଙ୍କ ମୁକ୍ତି ସମ୍ପର୍କରେ ମନ ସରକାର କୌଣସି ବିବୃତ୍ତି ଦେଇନାହାଁନ୍ତି। ତେବେ ସରକାରୀ ସୂତ୍ର ଅନୁଯାୟୀ ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ସିଦ୍ଧୁ ଗଣତନ୍ତ୍ର ଦିବସ ଅବସରରେ ଜେଲରୁ ମୁକୁଳିବେ ନାହିଁ। ଏଠାରେ ସିଦ୍ଧୁଙ୍କ ସମର୍ଥକମାନେ ତାଙ୍କ ଅଫିସିଆଲ୍ ଫେସବୁକ୍ ପେଜରେ ତାଙ୍କ ସ୍ୱାଗତ କରିବାର ମାର୍ଗ ମାନଚିତ୍ର ମଧ୍ୟ ସେୟାର କରିଛନ୍ତି। ତାଙ୍କୁ ସ୍ୱାଗତ କରୁଥିବା ପୋଷ୍ଟର ମଧ୍ୟ ପଞ୍ଜାବରେ ରଖାଯାଇଛି।

Get real time updates directly on you device, subscribe now.