fbpx

NLC India Limited ପକ୍ଷରୁ ବାହାରିଲା ୬୨୬ଟି ପୋଷ୍ଟ: ଆରମ୍ଭ ହେଲା ଅନଲାଇନ୍ ଆବେଦନ ପ୍ରକ୍ରିୟା

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ନେଭେଲି ଲିଗ୍ନାଇଟ୍ କର୍ପୋରେସନ (ଏନଏଲସି) ଇଣ୍ଡିଆ ଲିମିଟେଡ ପକ୍ଷରୁ ୬୨୬ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଗ୍ରାଜୁଏଟ ଆପ୍ରେଣ୍ଟାଇସ୍, ଟେକ୍ନିସିଆନ (ଡିପ୍ଲୋମା) ଆପ୍ରେଣ୍ଟାଇସ୍ ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଜାନୁଆରୀ ମାସ ୨୩ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ୩୧ ତାରିଖରେ ସମାପ୍ତ ହେବ । ଏହାପରେ ଫେବୃଆରୀ ମାସ ୧୬ ତାରିଖରେ ପରୀକ୍ଷା ହେବାର ସମ୍ଭାବନା ରହିଛି । ଫେବୃଆରୀ ମାସ ୨୨ରୁ ୨୮ ତାରିଖ ମଧ୍ୟରେ ସାର୍ଟିଫିକେଟ ଭେରିଫିକେସନ କରାଯିବ । ମାର୍ଚ୍ଚ ମାସ ୨ ତାରିଖରେ ସିଲେକ୍ଟ ହୋଇଥିବା ପ୍ରାର୍ଥୀଙ୍କ ଲିଷ୍ଟ ୱେବସାଇଟରେ ଜାରି କରାଯିବ । ଏହାପରେ ମାର୍ଚ୍ଚ ମାସ ୬ ତାରିଖରେ ପ୍ରାର୍ଥୀମାନେ ଆପ୍ରେଣ୍ଟାଇଶିପ ଟ୍ରେନିଂରେ ଯୋଗଦେବେ ।

ଏହି ପଦ ପାଇଁ ପ୍ରାର୍ଥୀ ପ୍ରାସଙ୍ଗିକ ବିଭାଗରେ ଡିପ୍ଲୋମା, ଡିଗ୍ରୀ ପାସ୍ କରିଥିବା ଆବଶ୍ୟକ । ପ୍ରାର୍ଥୀଙ୍କର ବୟସ ସୀମା ଆପ୍ରେଣ୍ଟାଇଶିପ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ପ୍ରାର୍ଥୀଙ୍କୁ ଗ୍ରାଜୁଏଟ ଆପ୍ରେଣ୍ଟାଇସ ଭାବେ ୯ ପ୍ରକାର ଚାକିରି ଓ ଟେକ୍ନିସିଆନ (ଡିପ୍ଲୋମା) ଆପ୍ରେଣ୍ଟାଇସ ଭାବେ ୭ ପ୍ରକାର ଚାକିରିରେ ନିଯୁକ୍ତି ମିଳିବ ।

ଅନଲାଇନ୍ ଆବେଦନ ଲିଙ୍କ: https://web.nlcindia.in/ldc_gat_tat_012023/

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2023/01/Notification-NLC-apprentice-Vacancy.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.nlcindia.com/new_website/index.htm

Get real time updates directly on you device, subscribe now.