fbpx

ତେଜିଲା ପଞ୍ଜାବ ରାଜନୀତି: ଆଜି ପୁଣି ବିଧାୟକ ଦଳ ବୈଠକ, ମୁଖ୍ୟମନ୍ତ୍ରୀ ଦୌଡ଼ରେ ୫ ନାମ

ନୂଆଦିଲ୍ଲୀ: ବର୍ତ୍ତମାନ ପଞ୍ଜାବ ରାଜନୀତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ପଦରୁ ଗତକାଲି କ୍ୟାପ୍ଟେନ ଅମରିନ୍ଦର ସିଂହ ଇସ୍ତଫା ଦେବା ପରେ ଗତକାଲି ବିଧାୟକ ଦଳ ବୈଠକ ବସିଥିଲା । ତେବେ ଆଜି ନୂଆ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ପୁଣି ଥରେ ବିଧାୟକ ଦଳ ବୈଠକ ବସିବ ବୋଲି ଜଣାପଡ଼ିଛି । ଏହି ନେତାଙ୍କ ମଧ୍ୟରେ ପୂର୍ବତନ ପିସିସି ସଭାପତି ସୁନୀଲ ଜାଖର, ପ୍ରତାପ ବାଜୱା, ସୁଖଜିନ୍ଦର ରାନ୍ଧୱା, ସୁଖବିନ୍ଦର ସିଂହ, ତୃପ୍ତ ରାଜିନ୍ଦର ପ୍ରମୁଖ ରହିଛନ୍ତି ।

ତେବେ ଆଜି ବସିବାକୁ ଥିବା ବିଧାୟକ ଦଳ ବୈଠକରେ ୩ କେନ୍ଦ୍ରୀୟ ନେତା ଅଜୟ ମାକେନ, ହରୀଶ ରାୱତ ଓ ହରୀଶ ଚୌଧୁରୀ ପ୍ରମୁଖ ଯୋଗଦେବେ । ସୂଚନା ମୁତାବକ, ସୋନିଆ ଗାନ୍ଧିଙ୍କ ବିଶ୍ୱସ୍ତ ଓ ପାର୍ଟିର ବରିଷ୍ଠ ନେତା ଅମ୍ବିକା ସୋନିଙ୍କ ନାମ ମଧ୍ୟ ଚର୍ଚ୍ଚା ହେଉଛି । ଏହାଛଡ଼ା ରାଜ୍ୟସଭା ସାଂସଦ ପ୍ରତାପ ସିଂହ ବାଜୱା ଯାହାକୁ କି ରାହୁଲ ଗାନ୍ଧୀ ପୂର୍ବରୁ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରେ ଅଧିଷ୍ଠିତ କରାଇଥିଲେ । ତେବେ ରାଜ୍ୟରେ ଦୁଇଜଣ ଡେପୁଟି ସିଏମ ରହିପାରନ୍ତି । ସେଥିପାଇଁ ପୂର୍ବ କ୍ୟାବିନେଟ ମନ୍ତ୍ରୀ ଚରଣଜିତ ସିଂହ ଓ ପାର୍ଟିର ବରିଷ୍ଠ ବିଧାୟକ ରାଜକୁମାର ବେରକାଙ୍କ ନାମ ସବୁଠାରୁ ଆଗରେ ରହିଛି ।

Get real time updates directly on you device, subscribe now.