ପୁରୀ: ଇସ୍କନ ମାୟାପୁରୀ ମୁଖ୍ୟଙ୍କୁ ଗଜପତିଙ୍କ ଚିଠି । ଦୀଘା ଜଗନ୍ନାଥ ମନ୍ଦିର ବିବାଦ ନେଇ ଗଜପତି ମହାରାଜାଙ୍କ ଚିଠି । ଇସ୍କନ ମାୟାପୁରୀ ମୁଖ୍ୟଙ୍କୁ ଏ ନେଇ ଚିଠି ଲେଖିଲେ ଗଜପତି । ଦୀଘା ମନ୍ଦିର ଟ୍ରଷ୍ଟିରେ ଇସ୍କନ ପ୍ରତିନିଧି ରହିଥିବାରୁ ପ୍ରଶ୍ନ ଉଠାଇଲେ ।
ଏଥିସହ ନୂଆ ମନ୍ଦିରରେ ସେବା ପୂଜା କରୁଥିବା କଥା ବି ଚିଠିରେ ଲେଖିଲେ ଗଜପତି । ଗୋବର୍ଦ୍ଧନ ପୀଠ ଓ ଜୋର୍ତିମଠ ଶଙ୍କରାଚାର୍ଯ୍ୟ ଏ ନେଇ ସ୍ପଷ୍ଟ କରିସାରିଛନ୍ତି ।
ପୁରୀ ହେଉଛି ଜଗନ୍ନାଥ ଧାମ, ଅନ୍ୟ କୌଣସି ସ୍ଥାନ ଜଗନ୍ନାଥ ଧାମ ନୁହେଁ । ମୁକ୍ତି ମଣ୍ଡପ ପଣ୍ଡିତ ସଭା ମଧ୍ୟ ଶାସ୍ତ୍ରମୋଦିତ ତଥ୍ୟ ନେଇସାରିଛନ୍ତି ବୋଲି ଗଜପତି ନିଜ ଚିଠିରେ ଅବଗତ କରାଇଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଏପରି ସ୍ଥିତିରେ ଦୀଘା ଗଜନ୍ନାଥ ମନ୍ଦିର ଟ୍ରଷ୍ଟରେ ଇସ୍କନ ପ୍ରତିନିଧି ଅଛନ୍ତି । ତେଣୁ ଆପଣଙ୍କ ପ୍ରତିନିଧିଙ୍କୁ ଧାମ ଶବ୍ଦ ବ୍ୟବହାର ନ କରିବାକୁ ବୁଝାନ୍ତୁ ।