fbpx

ସାଢେ ୨ଟାରେ ରଥଯାତ୍ରାର ଶୁଣାଣି କରିବେ ପ୍ରଧାନ ବିଚାରପତି

ନୂଆଦିଲୀ, ୨୨ ।୬: ଆଜି ଦିନ ସାଢେ ୨ଟାରେ ରଥଯାତ୍ରା ପୁନର୍ବିଚାର ଆବେଦନର ଶୁଣାଣି ହେବ । ପ୍ରଧାନ ବିଚାରପତିଙ୍କ କୋର୍ଟରେ ହେବ ଏହି ମାମଲାର ଶୁଣାଣି । ନାଗପୁରରୁ ଭିଡିଓ କନଫରେନ୍ସିଂ ଜରିଆରେ ଶୁଣାଣି କରିବେ ପ୍ରଧାନ ବିଚାରପତି ଏସ ଏ ବୋବଡେ । ପ୍ରଧାନ ପିଚାରପତିଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠରେ ଶୁଣାଣି ହେବ, ଯେଉଁଥିରେ ଜଷ୍ଟିସ ବୋପାନ୍ନା ଓ ଜଷ୍ଟିସ୍ ମାହେଶ୍ୱରୀ ରହିଛନ୍ତି ।

ତେବେ ଜୁନ୍ ୧୮ରେ ଏହି ଖଣ୍ଡପୀଠ ରଥଯାତ୍ରା ବନ୍ଦ କରିବାକୁ ରାୟ ଶୁଣାଇଥିଲେ । ଅନ୍ୟପଟେ ଅପରାହ୍ଣ ୪ଟା ସୁଦ୍ଧା ବଡଦାଣ୍ଡ ଖାଲି କରିବାକୁ ପ୍ରସାଶନ ପଵାକ୍ୟରୁ କଡା ନିର୍ଦ୍ଦେଶ ଦିଆଯାଇଛି । ଡାକବାଜୀ ଯନ୍ତ୍ର ଜରିଆରେ ପ୍ରଶାସନ ପକ୍ଷକୁ ବଡଦାଣ୍ଡକୁ ତୁରନ୍ତ ଖାଲି କରିବାକୁ କୁହାଯାଇଛି । ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଯାଏଁ ସବୁ ଉଠା ଦୋକାନୀଙ୍କୁ ଉଠିଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ମ୍ୟୁନିସିପାଲଟି । ରଥଟଣା ପାଇଁ ରଥଖଳାରେ ପହଂଚିଛନ୍ତି ୭ ଜଣ ଡାହୁକ । ସିଂହଦ୍ୱାରକୁ ରଥ ଆସିବା ପାଇଁ ଡାହୁକଙ୍କୁ ଡକାଯାଇଛି ।

Get real time updates directly on you device, subscribe now.