ରଥଯାତ୍ରାରେ ଭିଡ଼ ନିୟନ୍ତ୍ରଣ କରିବ ଡ୍ରୋନ୍, ଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା ହେବ କଡ଼ାକଡ଼ି

ପୁରୀ: ଫୋକସରେ ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ପ୍ରଣାଳୀ କରାଯିବ ।

ବରିଷ୍ଠ ଅଧିକାରୀଙ୍କୁ ନେଇ ପୋଲିସ ଡିଜିଙ୍କ ସମୀକ୍ଷା । ପ୍ରଥମ ଥର କୋଷ୍ଟାଲ ସିକ୍ୟୁରିଟି ପାଇଁ ଡ୍ରୋନ୍ ମୁତୟନ କରାଯିବ ।

ସମସ୍ତ ସେଣ୍ଟ୍ରାଲ ଏଜେନ୍ସି ସହ ସମନ୍ୱୟକୁ ନେଇ ସମୀକ୍ଷା କରାଯାଇଛି । କୋଷ୍ଟ ଗାର୍ଡ, ନେଭି, ଆରପିଏଫ୍, ସମନ୍ୱୟରେ ରଥାଯାତ୍ରା ହେବ ।

ଏଆଇ, ଡ୍ରୋନ୍ ସାହାଯ୍ୟରେ ଭିଡ଼ ନିୟନ୍ତ୍ରଣ କରାଯିବ । ସ୍ଥଳ ଓ ଆକାଶ ମାର୍ଗ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖାଯିବ ।

ଭାରତ ପାକିସ୍ତାନ ଯୁଦ୍ଧରେ ବିରାମ ଲାଗିବା ପରେ ରଥଯାତ୍ରାକୁ ଗୁରୁତ୍ୱର ସହ ନିଆଯାଉଛି । ଆତଙ୍କୀ କାର୍ଯ୍ୟକଳାପକୁ ଆଶଙ୍କା କରି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସୁରକ୍ଷାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ।