Breaking: ରାଜ୍ୟ ସରକାରଙ୍କ ମାର୍ଗ ଦର୍ଶିକା ଅନୁସାରେ ହେବ ମରାମତି…. ଶନିବାର, ରବିବାର ବନ୍ଦ ରହିବ କାମ

ପୁରୀ: ୧୭ ତାରିଖରୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ଛତିଆ ନିଯୋଗ ବୈଠକ ପରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଦ୍ୱିତୀୟ ଭୋଗ ମଣ୍ଡପ ପରେ ମରାମତି କାମ ଆରମ୍ଭ କରାଯିବ । ଦିନ ଗୋଟାଏରୁ ସନ୍ଧ୍ୟା ୫ରୁ ୬ଟା ପର୍ଯ୍ୟନ୍ତ ଚାଲିବ କାମ । ଶିନାବର, ରବିବାର ଏବଂ ବିଶେଷ ଦିନଗୁଡ଼ିକରେ ମରାମତି କାମ ବନ୍ଦ କରିବାକୁ ପରାମର୍ଶ । ମରାମତି ଦିନଗୁଡ଼ିକରେ ବାହାର କାଠ ନିକଟରୁ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବେ । ରାତି ସାଢ଼େ ୧୧ଟା ସୁଦ୍ଧା ପହଡ଼ କରାଯାଇ ରାତି ୨ଟାରେ ଦ୍ୱାରଫିଟା ନୀତି କରାଯିବ । ମରାମତି କାମ ୩ ମାସ ଭିତରେ ସାରିବାକୁ କହିଛି ଏଏସଆଇ ମୁଖ୍ୟ ପ୍ରଶାସକ । ରାଜ୍ୟ ସରକାରଙ୍କ ମାର୍ଗ ଦର୍ଶିକା ଅନୁସାରେ ହେବ ମରାମତି କାମ । ମରାମତି କାମ ସରିବା ପରେ ଅସ୍ଥାୟୀ ରତ୍ନ ଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତରଣ । ରତ୍ନଭଣ୍ଡାରକୁ ଅଳଙ୍କାର ସ୍ଥାନାନ୍ତରଣ ପରେ ହେବ ଗଣତି, ମଣତି କାମ ।