ଚଳନ୍ତା ପ୍ଲେନର ଇଂଜିନରେ push-ups! ବଡିବିଲ୍ଡର ଅଜବ କାରନାମା ଦେଖି ଲୋକେ ଆଶ୍ଚର୍ଯ୍ୟ

ଚଳନ୍ତା ପ୍ଲେନର ଇଂଜିନରେ ବଡିବିଲ୍ଡରଙ୍କ ବିପଜ୍ଜନକ push-ups ସୋସିଆଲ ମିଡିଆରେ ଭାଇରାଲ ହେଉଛି ଛାତିଥରା ଭିଡିଓ ।

ଓଡ଼ିଶା ଭାସ୍କର: ଚଳନ୍ତା ପ୍ଲେନର ଇଂଜିନରେ push-ups କରି ଜଣେ ବଡିବିଲ୍ଡର ଚର୍ଚ୍ଚାରେ ଅଛନ୍ତି ।

ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ତାଙ୍କର ଏଭଳି ବିପଜ୍ଜନକ କାରନାମା ସମସ୍ତଙ୍କୁ ଚକିତ କରିଛି ।

ଏହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ଭିଡିଓ: ଲାଇମଲାଇଟେରେ ଆସିବା ପାଇଁ ଅନେକ ବ୍ୟକ୍ତି ସୋସିଆଲ ମିଡିଆରେ ଅଜବ ଗଜବ, ଷ୍ଟଣ୍ଟ ଭିଡିଓ ଶେୟାର କରିଥାନ୍ତି । କିନ୍ତୁ ଚଳନ୍ତା ପ୍ଲେନର ବିରାଟ ଇଂଜିନରେ ଚଢ଼ି ବିପଜ୍ଜନକ ଭାବେ ଷ୍ଟଣ୍ଟ କରିଛନ୍ତି ଜଣେ ବଡିବିଲ୍ଡର ।

ଏହି ଭାଇରାଲ ଭିଡିଓରେ ପୁଶଅପ୍ସ କରୁଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ୨୩ ବର୍ଷୀୟ ବଡିବିଲ୍ଡର ପ୍ରେସଲି ଗିନୋସ୍କି(Preslie Ginoski) ।

ଲକ୍ଷ ଲକ୍ଷ ଭିୟୁଜ୍‌: କହିରଖୁଛୁ ପ୍ରେସଲି ଗିନୋସ୍କି ଏହି ଭିଡିଓକୁ ଗତ ବର୍ଷ ରେକର୍ଡ଼ କରିଥିଲେ । କିନ୍ତୁ ନିକଟରେ ଏହାକୁ ସୋସିଆଲ ମିଡିଆରେ ଶେୟାର କରିଥିଲେ ।

ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓକୁ ଲକ୍ଷ ଲକ୍ଷ ଭିୟୁ ମିଳିଥିବା ବେଳେ ‘କମ୍ୟୁନିଟି ଗାଇଡଲାଇନ୍ସ’ ଉଲଂଘନ ହେତୁ ଟିକଟକ୍ ଏହାକୁ ହଟାଇଥିଲା ।

ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ କିନ୍ତୁ ଏହି ଭିଡିଓ ଭାଇରାଲ ହେଉଛି ।

ହୋଇଥିଲେ ଟ୍ରୋଲ: ହୋଶ୍ ଉଡ଼ାଇ ଦେଉଥିବା ଏହି ଭିଡିଓକୁ ନେଇ ପ୍ରେସଲି ଗିନୋସ୍କି ଅନେକ ଆଲୋଚନାର ଶିକାର ହୋଇଥିଲେ । ତେବେ ଏହାର ସ୍ପଷ୍ଟିକରଣରେ ସେ କହିଥିଲେି, “କେବଳ ଲୋକଙ୍କୁ ହସାଇବା ପାଇଁ ସେ ଏଭଳି ଷ୍ଟଣ୍ଟ ୍ କରିଛନ୍ତି । ପ୍ଲେନରୁ ଓହ୍ଲାଇ ବ୍ୟାୟାମ କରିବା ପରି ଅନୁଭବ ହୋଇଥିଲା ।’

ଅପରପକ୍ଷରେ ସେ ଦାବି କରିଛନ୍ତି କି ପ୍ଲେନର ଇଞ୍ଜିନ୍ ଚାଲୁ ନଥିଲା ବରଂ ହାୱାରେ ବୁଲୁଥିଲା ।

ୟୁଜର୍ସଙ୍କ କମେଣ୍ଟ: ଏହି ଭାଇରାଲ ଷ୍ଟଣ୍ଟକୁ ନେଇ ଜଣେ ୟୁଜର ଲେଖିଛନ୍ତି, “ଏହା ଏକ ମୁର୍ଖାମୀ ଏବଂ ବିପଜ୍ଜନକ’ ଷ୍ଟଣ୍ଟ୍ ।

ଅନ୍ୟ ୟୁଜର ଲେଖିଛନ୍ତି, “ଟିକିଏ ଭୁଲ ହୋଇଥିଲେ ଇଂଜିନରେ ପେଶୀ ହୋଇଯାଇଥାନ୍ତା ।’ ଅନ୍ୟ ଜଣେ ୟୁଜର ଲେଖିଛନ୍ତି, “ଲୋକମାନେ ଧ୍ୟାନ ଆକୃଷ୍ଟ କରିବା ପାଇଁ କିଛି ବି କରିପାରନ୍ତି ।’

 

View this post on Instagram

 

A post shared by Daily Mail (@dailymail)