fbpx

ଆଜି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ପୁଷ୍କରସିଂ ଧାମି

ଡେରାଡୁନ: ଆଜି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ପୁଷ୍କରସିଂ ଧାମି ଦ୍ୱିତୀୟ ଥର ପାଇଁ ପଥ ଗ୍ରହଣ କରିବେ । ସୋମବାର ବିଧାୟକଦଳ ବୈଠକରେ ତାଙ୍କୁ ସର୍ବସମ୍ମତ ନେତା ନିର୍ବାଚିତ କରାଯାଇଥିଲା । ତେବେ ଶ୍ରୀ ଧାମି ବିଧାନସଭା ନିର୍ବାଚନରେ ପରାଜୟ ବରଣ କରିବାପରେ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା । ତେବେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବାପରେ ଶ୍ରୀ ଧାମିଙ୍କୁ ୬ ମାସ ଭିତରେ କୌଣସି ଏକ ଆସନରୁ ବିଧାନସଭାକୁ ନିର୍ବାଚିତ ହେବାକୁ ପଡ଼ିବ । ଉତ୍ତରାଖଣ୍ଡ ମୁଖମନ୍ତ୍ରୀଙ୍କ ଶପଥ ଗ୍ରହଣ ସଭାରେ ବିଜେପିର ବରିଷ୍ଠ ନେତା ମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।ଏଥି ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି।

Get real time updates directly on you device, subscribe now.