fbpx

ଘର କବାଟରେ ଲଗାନ୍ତୁ ଏହି ଗୋଟିଏ ଜିନିଷ, ଚମକିବ ଆପଣଙ୍କ ଭାଗ୍ୟ; ହେବ ଧନ ବର୍ଷା

ନୂଆଦିଲ୍ଲୀ: ଘରକୁ ସୁଖସମୃଦ୍ଧି ଆଣିବାକୁ ଲୋକମାନେ ନାନା ପ୍ରଚେଷ୍ଟାରେ ଲାଗିଥାନ୍ତି । ଘର ତିଆରି କରିବା ସମୟରେ ବାସ୍ତୁ ଉପରେ ବିଶେଷ ଧ୍ୟାନ ବି ଦିଆଯାଇଥାଏ । ବାସ୍ତୁ ଶାସ୍ତ୍ରରେ କିଛି ଏପରଅି ଜିନିଷ ସମ୍ପକରେ ଉଲ୍ଲେଖ କରାଯାଇଛି ଯାହାଦ୍ୱାରା ଆପଣଙ୍କ ଘର-ପରିବାରକୁ ସୁଖ ସମୃଦ୍ଧି ଆସିବାରେ ସହାୟକ ହେବ । ବାସ୍ତବରେ ଚୀନୀ ବାସ୍ତୁ ଶାସ୍ତ୍ରରେ ଫେଙ୍ଗସୁଇରେ ୱିଣ୍ଡ୍ ଚାଇମ୍ କୁ ବିଶେଷ ମହତ୍ତ୍ୱ ଦିଆଯାଇଛି । କାରଣ ଏହା ଖୁବ୍ ସୁନ୍ଦର ଓ ଆକର୍ଷିତ ହୋଇଥାଏ । ଏହା ଘରର ସୁନ୍ଦରତାକୁ ବଢାଇବା ସହିତ ଶୁଭ ମଧ୍ୟ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା କେଉଁ ଭଳି କାମ କରେ ୱିଣ୍ଡ୍ ଚାଇମ୍ ।

ବଜାରରେ ବାଉଁଶ, ମେଟାଲ୍, କ୍ରିଷ୍ଟଲ୍, ଫାଇବର୍ ଓ କାଠର ୱିଣ୍ଡ୍ ଚାଇମ୍ ଉପଲବ୍ଧ ହୋଇଥାଏ । ଫେଙ୍ଗଶୁଇ ମୁତାବକ, ଧାତୁର ୱିଣ୍ଡ୍ ଚାଇମ୍ ଘରର ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଲଗାଇବା ଦରକାର । ସେହିପରି ବାଉଁଶର ୱିଣ୍ଡ ଚାଇମ୍ କୁ ଦକ୍ଷିଣ କିମ୍ବା ଦକ୍ଷିଣ ପଶ୍ଚିମ ଦିଗରେ ଲଗାଯିବା ଆବଶ୍ୟକ । ଏହା ଦ୍ୱାରା ଫଳ ମିଳିଥାଏ । ତେବେ ଏହାକୁ ଘରର ମୁଖ୍ୟ ଦ୍ୱାର ନିକଟରେ ଲଗାଇବା ଦ୍ୱାରା ଭଲ ଫଳ ପ୍ରାପ୍ତ ହୁଏ । ଏହାକୁ କବାଟର ମଝିରେ ଲଗାଯାଇଥାଏ । ଏହାକୁ ଆପଣ ମାନେ ଝରକାରେ ବି ଲଗାଇପାରିବେ ।

ଫେଙ୍ଗଶୁଇ ଅନୁସାରେ, ୱିଣ୍ଡ ଚାଇମ୍ କୁ ଘରେ ଲଗାଇବା ଦ୍ୱାରା ଟଙ୍କା ପଇସା ସମସ୍ୟା ଦୂର ହୋଇଯାଏ । ଘରକୁ ଶୁଭତାର ଆଗମନ ହୁଏ । ତେବେ ପ୍ଲାଷ୍ଟିକ୍ ର ୱିଣ୍ଡ ଚାଇମ୍ ଆଦୌ ଲଗାଇବା ଉଚିତ୍ ନୁହେଁ । ଏହା ଘରକୁ ନେଗେଟିଭ୍ ଏନର୍ଜି ଆସିଥାଏ । ତେଣୁ ପ୍ଲାଷ୍ଟିକ୍ କୁ ଛାଡ଼ି ଉପରୋକ୍ତ ଧରଣର ୱିଣ୍ଡ ଚାଇମ୍ ଲଗାନ୍ତୁ ।

Get real time updates directly on you device, subscribe now.