fbpx

ଖାଦ୍ୟକୁ ଖବରକାଗଜ ଉପରେ ରଖିବା ହୋଇପାରେ ମାରାତ୍ମକ ! ଶରୀରରେ ଲଙ୍ଗ୍ସ କ୍ୟାନ୍ସର ଏବଂ ଲିଭର କ୍ୟାନ୍ସର ଭଳି ସମସ୍ୟା …

Advertisement

ଖବର କାଗଜରେ ଖାଦ୍ୟ ଗୁଡାଇ ଆଣିବା ଏକ ସାଧାରଣ କଥା ଅଟେ। ପ୍ରାୟତଃ କ୍ଷେତ୍ରରେ ଖବରକାଗଜ ଉପରେ ଖାଦ୍ୟ ଖାଉଥିବା ଦେଖିବାକୁ ମିଳେ । ଖାସ୍ କରି ଜଳଖିଆ ଆଣିବା ବେଳେ ଦୋକାନୀମାନେ ଖବରକାଗଜ ବ୍ୟବହାର କରୁଥିବା ଦେଖିବାକୁ ମିଳିଥାଏ। ତେବେ, ପରବର୍ତ୍ତୀ ସମୟରେ ଏହି ଅଭ୍ୟାସ ଆପଣଙ୍କ ପାଇଁ ଭାରି ପଡିପାରେ। ଖବରକାଗଜରେ ଲେଖିବା ପାଇଁ ବ୍ୟବହାର କରାଯାଉଥିବା ଇଙ୍କ୍ ହିଁ ଏହାର ପ୍ରମୁଖ କାରଣ ଅଟେ।

ବିଶେଷଜ୍ଞମାନଙ୍କ ମତରେ ଏହି ଇଙ୍କ୍ ରେ ବିଭିନ୍ନ ପ୍ରକାରର ରାସାୟନିକ ପଦାର୍ଥ ବ୍ୟବହାର କରାଯାଇଥାଏ ଯାହାକି ମଣିଷ ଶରୀରରେ ଭୟଙ୍କର ରୋଗ ସୃଷ୍ଟି କରିପାରେ । ନିୟମିତ ଏହାକୁ ବ୍ୟବହାର କରିବା ଦ୍ୱାରା ଶରୀରରେ ଲଙ୍ଗ୍ସ କ୍ୟାନ୍ସର ଏବଂ ଲିଭର କ୍ୟାନ୍ସର ଭଳି ସମସ୍ୟା ସୃଷ୍ଟି ହୋଇପାରେ। ସେହିଭଳି ବାରମ୍ବାର ଖବରକାଗଜ ଉପରେ ରଖା ଯାଇଥିବା ଖାଦ୍ୟ ଖାଇବା ଦ୍ୱାରା ଆପଣଙ୍କ ପେଟରେ ଗ୍ୟାସ୍ ହେବା ଏବଂ ପେଟ ଭିତରେ ଘା ସୃଷ୍ଟି ହେବାର ମଧ୍ୟ ସମ୍ଭାବନା ରହିଛି। ଏପରିକି ଏଥିପାଇଁ ଲୋକମାନଙ୍କ ଠାରେ ହରମୋନ୍ ଅସନ୍ତୁଳନ ମଧ୍ୟ ଦେଖିବାକୁ ମିଳିଥାଏ। ତେଣୁ, ଖବରକାଗଜରେ ଖାଦ୍ୟ ନ ରଖିବା ପାଇଁ ବିଶେଷଜ୍ଞ ମାନେ ମତ ଦେଇଛନ୍ତି।

Get real time updates directly on you device, subscribe now.