fbpx
BJD
BJD SKY
BJD SKY

ଛିଡ଼ା ହୋଇଥିବା ଟ୍ରକକୁ ପିଟିଲା ସ୍କର୍ପିଓ: ୨ ମୃତ

BJD

ଭଦ୍ରକ: ଏକ ମର୍ମନ୍ତୁଦ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ରସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ସ୍କର୍ପିଓ ପିଟିବା ଘଟଣା ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ସ୍କର୍ପିଓ ଡ୍ରାଇଭର ଏବଂ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଅଛନ୍ତି ।

ସୂଚନାନୁଯାୟୀ, ଭଦ୍ରକ ଏନଏଚ ୧୬ ନଳାଙ୍ଗ ସାଇ ମନ୍ଦିର ନିକଟରେ ଏକ ଟ୍ରକ ଛିଡ଼ା ହୋଇଥିଲା । ସ୍କର୍ପିଓଟି ପଶ୍ଚିମବଙ୍ଗରୁ ପୁରୀ ଆସୁଥିବା ବେଳେ ଅନ୍ୟମନସ୍କ ହୋଇ ଟ୍ରକକୁ ଜୋରରେ ଧକ୍କା ଦେଇଥିଲା । ଏଥିରେ ଗାଡ଼ି ସାମ୍ନା ପଟ କ୍ଷୟକ୍ଷତି ଘଟିଥିବା ବେଳେ ଡ୍ରାଇଭର ଏବଂ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା । ସ୍କର୍ପିଓରେ ଥିବା ଅନ୍ୟ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.