ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ପ୍ରଫୁଲ୍ଲ ଘଡ଼େଇ, କହିଲେ ଦ୍ବନ୍ଦ୍ବ ନ ବଢାଇ ସ୍ପଷ୍ଟୀକରଣ ଦିଅନ୍ତୁ

ଭୁବନେଶ୍ବର: ରାଜ୍ୟସଭାରେ ୱକଫ୍ ବିଲ୍‌ ସମର୍ଥନରେ ବିଜେଡି ସାଂସଦ ସସ୍ମିତ ପାତ୍ର ଭୋଟ ଦେବା ପରେ ଜୋର ଧରିଛି ବୟାନବାଜି । ଆଜି ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ଘଡ଼େଇ ବିସ୍ଫୋରକ ବୟାନ ଦେଇଛନ୍ତି ।

ସେ କହିଛନ୍ତି, ନବୀନ ବାବୁ ସମସ୍ତଙ୍କ ସାମ୍ନାକୁ ଆସି ଉତ୍ତର ଦେବାର ଆବଶ୍ୟକତା ରହିଛି । ୱକଫ୍‌ ବିଲକୁ ନେଇ କାହିଁକି ନିଷ୍ପତ୍ତି ବଦଳିଲା, କିଏ ବଦଳାଇଲା, ନବୀନ ସାମ୍ନାକୁ ଆସି ସ୍ପଷ୍ଟ କରିବା ଦରକାର ।

ଏହି ଘଟଣାକୁ ନେଇ ବିଜେଡି ବ୍ୟାକ୍‌ ଫୁଟ୍‌କୁ ଗଲା । ଦଳରେ ଦ୍ବନ୍ଦ୍ବ ଦୂର ହେବା ଦରକାର, ବାଦଲ ଦୂର ହେବା ଦରକାର । ପ୍ରକୃତ କଥା କ’ଣ ନବୀନ କହିପାରିବେ, ନବୀନ ସବୁ ଜାଣନ୍ତି ବୋଲି ଆଜି ପ୍ରଫୁଲ ଘଡେଇ କହିଛନ୍ତି ।

ସସ୍ମିତ ପାତ୍ର କାହିଁକି ଏଭଳି କଲେ, ତାହା ନବୀନ କହିପାରିବେ। ଏଣୁ ନବୀନ ଦଳ ଲୋକଙ୍କୁ ଓ ରାଜ୍ୟବାସୀଙ୍କୁ ଜଣାଇବା ଉଚିତ ବୋଲି ସେ କହିଛନ୍ତି ।