Big Breaking: ପରୀକ୍ଷା ହବକୁ ଗଲା +୨ ପରୀକ୍ଷା ପ୍ରଶ୍ନପତ୍ର

କଡ଼ାକଡ଼ି ସୁରକ୍ଷାରେ ପରୀକ୍ଷା ହବକୁ ଗଲା +୨ ପରୀକ୍ଷା ପ୍ରଶ୍ନପତ୍ର

ଭୁବନେଶ୍ୱର: ପରୀକ୍ଷା ହବକୁ ଗଲା +୨ ପରୀକ୍ଷା ପ୍ରଶ୍ନପତ୍ର। କଡ଼ାକଡ଼ି ସୁରକ୍ଷାରେ ଏହି ପ୍ରଶ୍ନପତ୍ରକୁ ହବକୁ ପଠାଯାଇଛି। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ଅଧୀନ ହବକୁ ପ୍ରଶ୍ନପତ୍ର ଯାଇଛି। ତେବେ ଚଳିତ ଥର ୨୦୫ଟି ପରୀକ୍ଷା ହବ କରାଯାଇଛି।

ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା। ଏଥିପାଇଁ ସମସ୍ତ ଛାତ୍ରଛାତ୍ରୀ ନିଜର ପ୍ରସ୍ତୁତି ଚଳାଇଛନ୍ତି। କପିକୁ ରୋକିବା ଲାଗି ସିସିଟିଭି କ୍ୟାମେରା ସମସ୍ତ ପରୀକ୍ଷା ସେଣ୍ଟରରେ ଲଗାଯିବା ବ୍ୟବସ୍ଥା ହୋଇଛି।

ଏଥିସହ ପ୍ରଶ୍ନପତ୍ର ଲିକ୍ ଉପରେ ମଧ୍ୟ କଡ଼ା ନଜର ରଖାଯାଇଛି। କପି ରୋକିବା ନେଇ ଗଠନ ହୋଇଛି ଜିଲ୍ଲାସ୍ତରୀୟ ସ୍କ୍ୱାଡ୍ । ବଡ଼ ଜିଲ୍ଲାରେ ୨ଟି ଓ ଛୋଟ ଜିଲ୍ଲାରେ ଗୋଟିଏ ରହିବେ ସ୍କ୍ୱାଡ୍ ।

ପରୀକ୍ଷା ପରିଚାଳନା ଉପରେ କଡ଼ା ନଜର ରଖିବ ସ୍କ୍ୱାଡ୍ । ଏନେଇ ସମସ୍ତ ଖର୍ଚ୍ଚ ବହନ କରିବ ସିଏଚଏସଇ ବୋଲି ସିଏଚଏସଇ ଅଧ୍ୟକ୍ଷ ଡକ୍ଟର ପ୍ରଶାନ୍ତ ପରିଡ଼ା ସୂଚନା ଜାରି କରିଥିଲେ।