fbpx
BJD SKY
BJD SKY

ଅଶ୍ୱିନଙ୍କ ଆଉ ଏକ ମାଇଲଖୁଣ୍ଟ; ପାକିସ୍ତାନୀ ଖେଳାଳିଙ୍କୁ ପଛରେ ପକାଇଲେ ଭାରତୀୟ ସ୍ପିନର

BJD

ନୂଆଦିଲ୍ଲୀ: ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜ ନାମରେ ଆଉ ଏକ ରେକର୍ଡର୍ କରିଛନ୍ତି । ଏହା ସହିତ ଦୁଇ ଦୁଇ ଜଣ ପାକିସ୍ତାନୀ ଖେଳାଳିଙ୍କୁ ପଛରେ ପକାଇଛନ୍ତି ଅଶ୍ୱିନ । ଏହା ମଧ୍ୟରେ ପାକିସ୍ତାନର କିମ୍ବଦନ୍ତୀ ଖେଳାଳି ୱାସିମ ଆକ୍ରମଙ୍କୁ ପଛରେ ପକାଇଛନ୍ତି ଅଶ୍ୱିନ୍ । ୨୦୨୧ରେ ଅଶ୍ୱିନ ସର୍ବାଧିକ ୱିକେଟ ଅକ୍ତିଆର କରିଛନ୍ତି । ପାକିସ୍ତାନୀ ପେସର ଶାହିନ ଶାହ ଆଫ୍ରିଦି ୪୧ ୱିକେଟ ନେଇଥିବା ବେଳେ ପ୍ରଥମ ଇନିଂସରେ ୩ଟି ୱିକେଟ ନେଇ ତାଙ୍କୁ ଅତିକ୍ରମ କରିଥିଲେ । କାନପୁରରେ ଖେଳାଯାଉଥିବା ଏହି ମୁକାବିଲାରେ ଅଶ୍ୱିନ ୱିଲ ୟଙ୍ଗଙ୍କୁ ଆଉଟ କରି ୧୫୧ ରନ ଭାଗିଦାରୀ ଭାଙ୍ଗିଥିଲେ । ସେହିପରି ଆଫ୍ରିଦି ବର୍ତ୍ତମାନ ବାଂଲାଦେଶରେ ଟେଷ୍ଟ ସିରିଜ୍ ଖେଳିବାକୁ ରହିଥିବାରୁ ଏହି ରେକର୍ଡ ଭାଙ୍ଗିବାର ସମ୍ଭାବନା ରହିଛି । ବାଂଲାଦେଶ ଗସ୍ତରେ ରହିଥିବା ପାକିସ୍ତାନ ଗୋଟିଏ ଟେଷ୍ଟ ମ୍ୟାଚ ଖେଳିବ ।

ସେହିପରି କିମ୍ବଦନ୍ତୀ ୱାସିମ ଆକ୍ରମଙ୍କୁ ୱିକେଟ ତାଲିକାରେ ପଛରେ ପକାଇଛନ୍ତି ଅଶ୍ୱିନ । ଆକ୍ରମ ନିଜ କ୍ୟାରିୟରରେ ୪୧୪ଟି ୱିକେଟ ଅକ୍ତିଆର କରିଥିବା ବେଳେ ଅଶ୍ୱିନ ତାଙ୍କୁ ଅତିକ୍ରମ କରିଛନ୍ତି । ଆକ୍ରମ ୧୦୪ଟି ଟେଷ୍ଟ ମ୍ୟାଚରୁ ୪୧୪ ୱିକେଟ ଅକ୍ତିଆର କରିଥିବା ବେଳେ ଅଶ୍ୱିନ ମାତ୍ର ୮୦ ଟେଷ୍ଟରେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି ।

Get real time updates directly on you device, subscribe now.