fbpx
BSKY SKY
BSKY SKY

ପୁଣି ଥରେ ଦେଶକୁ ଗୌରବାନ୍ଵିତ କଲେ ଆର ମାଧବନଙ୍କ ପୁଅ, ସୁଇମିଂରେ ଭାଙ୍ଗିଲେ ଜାତୀୟ ରେକର୍ଡ

BSKY

ନୂଆଦିଲ୍ଲୀ: ବଲିଉଡର ଅଭିନେତା ଏବଂ ଅଭିନେତ୍ରୀଙ୍କ ସହ ସେମାନଙ୍କର ପିଲାମାନେ ମଧ୍ୟ ବହୁ ଚର୍ଚ୍ଚାରେ ରହିଥାନ୍ତି। ସର୍ବଦା ସେମାନେ ନିଜ ଅଭିଭାବକଙ୍କ ରାସ୍ତାରେ ଚାଲନ୍ତି ଏବଂ ଅଭିନୟରେ ଅଧିକାଂଶ ଷ୍ଟାର କିଡ୍ସ ନିଜର କ୍ୟାରିୟର କରିବାକୁ ନିଷ୍ପତ୍ତି ନେଉଛନ୍ତି। ହେଲେ ବଲିଉଡ ଏବଂ ସାଉଥରେ ନିଜ ଅଭିନୟର ଦମ ଦେଖାଇ ସାରିଥିବା ଅଭିନେତା ଆର ମାଧବନଙ୍କ ପୁଅ ପୁଅ ବହୁତ ନିଆରା। ସେ ସିନେ ଇଣ୍ଡଷ୍ଟ୍ରୀରୁ ବହୁ ଦୂରରେ।ସୁଇମିଂରେ ନିଜର କ୍ୟାରିୟର ଗଢିବାରେ ଲାଗିଛନ୍ତି। ଏହି କ୍ଷେତ୍ରରେ ସେ ନିଜ ପିତାଙ୍କୁ ବହୁତ ଗର୍ବିତ କରାଉଛନ୍ତି। ଏବେ ନିକଟରେ ସେ ସୁଇମିଂରେ ଜାତୀୟ ରେକର୍ଡ ଭାଙ୍ଗିଛନ୍ତି। ଏହା ପରେ ସାମାଜିକ ଗଣମାଧ୍ୟମରେ ତାଙ୍କ ପ୍ରତି ଶୁଭେଚ୍ଛାର ସୂଅ ଛୁଟିବାରେ ଲାଗିଛି।

ଆର ମାଧବନଙ୍କ ପୁଅ ବେଦାନ୍ତ ଜାତୀୟ ଜୁନିୟର ରେକର୍ଡ ୧୫୦୦ ମିଟର ଫ୍ରିଷ୍ଟାଇଲର ରେକର୍ଡ ନିଜ ନାମରେ କରିଛନ୍ତି। ସ୍ଵର୍ଣ୍ଣ ପଦକ ଜିତି ସେ ପୁଣି ଥରେ ପିତା ଏବଂ ଦେଶକୁ ଗୌରବାନ୍ଵିତ କରିଛନ୍ତି। ଅଭିନେତା ମଧ୍ୟ ପୁଅର ଏହି ଉପଲବ୍ଧି ବିଷୟରେ ସାମାଜିକ ଗଣମାଧ୍ୟମରେ ପ୍ରଶଂସକଙ୍କୁ ଅବଗତ କରାଇଛନ୍ତି। ସେ ପୁତ୍ର ବେଦାନ୍ତର ଏହି ସଫଳତାରେ ବହୁତ ଖୁସି ଥିବା କହିଛନ୍ତି।

 

ଆର ମାଧବନ ଟୁଇଟରରେ ନିଜ ପୁଅ ବେଦାନ୍ତଙ୍କ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଅଭିନେତା ଭିଡିଓ ସେୟାର କରିବା ସହିତ ଲେଖିଛନ୍ତି, କେବେ ବି ନା କହିବ ନାହିଁ। ଫ୍ରିଷ୍ଟାଇଲ ଜାତୀୟ ଜୁନିୟର ରେକର୍ଡ ଭାଙ୍ଗିଛି। ଭିଡିଓ ସହିତ ପୁଅଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି। ଏଥିରୁ ଦେଖିବାକୁ ମିଳୁଛି ଯେ, କେମିତି ଅଭିନେତାଙ୍କ ପୁଅ ଏହି କ୍ଷେତ୍ରରେ ନିଜର ପ୍ରସ୍ତୁତି ଚଳାଇଛି। ଲୋକେ ବେଦାନ୍ତଙ୍କୁ ଖୁବ୍ ପ୍ରଶଂସା କରୁଛନ୍ତି।

ପ୍ରଥମ ଥର ଆର ମାଧବନଙ୍କ ପୁଅ ଦେଶର ନାଁ ଗୌରବାନ୍ଵିତ କରି ନାହାନ୍ତି। ଏହା ପୂର୍ବରୁ ମଧ୍ୟ ସେ ଅନେକ ପ୍ରତିଯୋଗିତାରେ ସୁଇମିଂରେ ନିଜ ନାଁ କମାଇ ସାରିଛନ୍ତି। ଅନେକ ରେକର୍ଡ ମଧ୍ୟ ଭାଙ୍ଗି ସାରିଛନ୍ତି। ଏପ୍ରିଲରେ ହୋଇଥିବା ପ୍ରତିଯୋଗିତାରେ ବେଦାନ୍ତ ସ୍ଵର୍ଣ୍ଣ ପଦକ ଜିତିଥିଲେ।

 

Get real time updates directly on you device, subscribe now.