fbpx
BSKY SKY
BSKY SKY

ଜଗଦୀପଙ୍କ ଉପ ରାଷ୍ଟ୍ରପତି ପ୍ରାର୍ଥୀତ୍ଵରେ ଟିଏମସିକୁ ବଡ ଆଶ୍ଵସ୍ତି, ଦଳ କହିଲା- ଆମକୁ ହଇରାଣ କରିବାର…

BSKY

କୋଲକାତା: ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ) ଜଗଦୀପ ଧନଖଡଙ୍କୁ ପ୍ରାର୍ଥୀ କରିଛି। ବିଜେପିର ଏହି ନିଷ୍ପତ୍ତି ଉପରେ ପଶ୍ଚିମବଙ୍ଗରେ ଶାସକ ତୃଣମୂଳ କଂଗ୍ରେସ ପାର୍ଟି ଖାସ୍ ପ୍ରତିକ୍ରିୟା ରଖିଛି। ଟିଏମସି କହିଛି ଏହା ଆମ ପାଇଁ ଆଶ୍ଵସ୍ତିର ବିଷୟ। ଯାହା ହେଉ ଧନଖଡଙ୍କୁ ପଶ୍ଚିମବଙ୍ଗ ସରକାରଙ୍କୁ ହଇରାଣ କରିବାର ପୁରସ୍କାର ମିଳିଛି।

ଟିଏମସିର ସାଂସଦ ତଥା ବରିଷ୍ଠ ନେତା ସୌଗାତ ରାୟ କହିଛନ୍ତି, ଜଗଦୀପ ଧନଖଡ ପଶ୍ଚିମବଙ୍ଗ ସରକାରଙ୍କୁ ମୁସ୍କିଲରେ ପକାଇବା ହଇରାଣ କରିବାର ଏକ ତତ୍ତ୍ଵ ଥିଲେ। ପଶ୍ଚିମବଙ୍ଗ ସରକାରଙ୍କ ଜୀବନକୁ ଦୁଃଖଦ କରିବାର ପୁରସ୍କାର ଧନଖଡଙ୍କୁ ମିଳିଛି। ଆମେ ବହୁତ ଆଶ୍ଵସ୍ତି ଯେ, ଉପ ରାଷ୍ଟ୍ରପତି ଭାବେ ତାଙ୍କର ନାମାଙ୍କନ ହୋଇଛି।

ଟିଏମସିର ମୁଖପାତ୍ର ତଥା ମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର‌୍ୟ୍ୟ କହିଛନ୍ତି, ଧନଖଡ ବିଜେପିର ମୁଖପାତ୍ର ଭାବେ କାମ କରୁଛନ୍ତି। ବିଜେପିର ମୁଖପାତ୍ର ଭାବେ ତାଙ୍କର କାମ ଚମତ୍କାର ରହିଛି। ଏଥିପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି। ଉଲ୍ଲେଖନୀୟ ପଶ୍ଚିମବଙ୍ଗ ସରକାର ଏବଂ ରାଜ୍ୟପାଳଙ୍କ ମଧ୍ୟରେ ସଂପର୍କ ସର୍ବଦା ବିବାଦଭରା ରହି ଆସିଛି। ଅନେକ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଧନଖଡ ମୁହାଁମୁହିଁ ହୋଇଛନ୍ତି।

ସୋମବାର ଧନଖଡ ଉପ ରାଷ୍ଟ୍ରପତି ଭାବେ ନାମାଙ୍କନ ପତ୍ର ଦାଖଲ କରି ପାରନ୍ତି। ଅନ୍ୟପଟେ ଜଗନ ମୋହନ ରେଡ୍ଡୀଙ୍କ ନେତୃତ୍ଵାଧୀନ ଓ୍ଵାଇଏସଆର କଂଗ୍ରେସ ଉପ ରାଷ୍ଟ୍ରପତି ନିର୍ବାଚନରେ ଧନଖଡଙ୍କ ସମର୍ଥନ କରିବାକୁ ଘୋଷଣା କରିଛି। ଏହା ବ୍ୟତୀତ ଏଆଇଏଡିଏମକେ ଏବଂ ବିଜେଡି ମଧ୍ୟ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ଘୋଷଣା କରିଛନ୍ତି।

 

Get real time updates directly on you device, subscribe now.