fbpx

ବଢ଼ୁଛି ଓମିକ୍ରନ BA.5 ଭାରିଆଣ୍ଟର ମାମଲା: ଲଗାତାର ଛିଙ୍କ ଓ ରାତିରେ ଝାଳ ବାହାରିବା କରୋନାର ନୂଆ ଲକ୍ଷଣ

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ବଢ଼ିବାରେ ଲାଗିଛି । ଦିନକରେ ୨୦,୫୨୮ ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଥିବା ଜଣାପଡିଛି । ଏହା ସହିତ ମୋଟ ସଂକ୍ରମିତ ସଂଖ୍ୟା ୪,୩୭,୫୦,୫୯୯ କୁ ବୃଦ୍ଧି ପାଇଲା । ଏହା ସହିତ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧,୪୩,୪୪୯ କୁ ବୃଦ୍ଧି ପାଇଛି, ଯାହା ସମୁଦାୟ ସଂକ୍ରମଣର ୦.୩୩ ପ୍ରତିଶତ ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ରବିବାର ସକାଳ ୮ ଟାରେ ସଂକ୍ରମଣ ଯୋଗୁଁ ୪୯ ଜଣ ମୃତ୍ୟୁ ପରେ ଦେଶରେ ମୃତ୍ୟୁ ସଂଖ୍ୟା ୫,୨୫,୭୦୯ କୁ ବୃଦ୍ଧି ପାଇଛି । ମନ୍ତ୍ରଣାଳୟ କହିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ଚିକିତ୍ସିତ ରୋଗୀଙ୍କ ସଂଖ୍ୟା ୨,୬୮୯ ବୃଦ୍ଧି ପାଇଛି । ରୋଗୀଙ୍କ ସୁସ୍ଥ ହାର ୯୮.୪୭ ପ୍ରତିଶତ ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ସଂକ୍ରମଣ ଯୋଗୁୁଁ ମୃତ୍ୟୁବରଣ କରିଥିବା ୪୯ ଜଣଙ୍କ ମଧ୍ୟରୁ କେରଳରୁ ୧୭ଜଣ, ମହାରାଷ୍ଟ୍ରରୁ ୮ ଜଣ, ପଶ୍ଚିମବଙ୍ଗରୁ ୬, କର୍ଣ୍ଣାଟକ ଏବଂ ପଞ୍ଜାବରୁ ୩ ଜଣ ଲେଖାଏଁ, ଆସାମ, ଦିଲ୍ଲୀ, ଝାଡଖଣ୍ଡରୁ ୨ ଜଣ ଲେଖାଏଁ ଓ ବିହାର, ଗୁଜୁରାଟ, ହିମାଚଳ ପ୍ରଦେଶ, ପୁଡୁଚେରୀ, ତ୍ରିପୁରା ଏବଂ ଉତ୍ତରାଖଣ୍ଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ସଂକ୍ରମଣ ହେତୁ ଦେଶରେ ଏପର୍ଯ୍ୟନ୍ତ ୫,୨୫,୭୦୯ ଜଣଙ୍କର ମୃତ୍ୟୁ ଘଟିଛି, ସେଥିମଧ୍ୟରୁ ୧,୪୮,୦୨୩ ଜଣ ମହାରାଷ୍ଟ୍ରରୁ ମୃତ୍ୟୁ ବରଣ କରିଛନ୍ତି ।

ଛିଙ୍କିବା, ଗନ୍ଧ ଏବଂ ସ୍ୱାଦ ହରାଇବା, ମୁଣ୍ଡବିନ୍ଧା ଏବଂ ଥଣ୍ଡା କେବଳ କରୋନାର ଲକ୍ଷଣ ନୁହେଁ, ବରଂ କିଛି ନୂଆ ଲକ୍ଷଣ ମଧ୍ୟ ଦେଖାଦେଉଛି । ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଟିକା ନେବା ପରେ ମଧ୍ୟ ଯଦି ଆପଣ କ୍ରମାଗତ ଛିଙ୍କନ୍ତି ଏବଂ ରାତିରେ ଝାଳ ବାହାରୁଛି, ତେବେ ଆପଣ କରୋନା ସଂକ୍ରମିତ ହୋଇପାରନ୍ତି । ଏପରି ପରିସ୍ଥିତିରେ ଆପଣଙ୍କୁ ତୁରନ୍ତ କୋଭିଡ -୧୯ ପାଇଁ ପରୀକ୍ଷା କରିବା ଉଚିତ୍ ।

ଡବଲିନର ଟ୍ରିନିଟି କଲେଜର ପ୍ରଫେସର ଲୁକ ଅନିଲ କହିଛନ୍ତି ଯେ, ରାତିର ଝାଳ ଆସିବା ମଧ୍ୟ କୋଭିଡ ସଂକ୍ରମଣର ଏକ ନୂଆ ଲକ୍ଷଣ । ବ୍ରିଟେନରେ କରୋନା ସଂକ୍ରମିତ ଲୋକମାନଙ୍କଠାରେ ଓମିକ୍ରନ୍ BA.5 ସବ ଭାରିଆଣ୍ଟ ମାମଲା ଅଧିକ ମିଳୁଛି । ଏଥିରେ ରାତିରେ ଆକ୍ରାନ୍ତମାନଙ୍କଠାରେ ଅଧିକ ଝାଳ ବାହାରୁଥିବା ଅଭିଯୋଗ ଆସୁଛି ।

Get real time updates directly on you device, subscribe now.