fbpx

ପ୍ଲାଷ୍ଟିକ୍ ପ୍ରଦୂଷଣ କମିବ ନା ବଢ଼ିବ: ସମୁଦ୍ର ବେଳାଭୂମିରେ ଗଦା ହୋଇଛି ଟନ୍ ଟନ୍ ପ୍ଲାଷ୍ଟିକ୍, ଦେଖନ୍ତୁ ଭାଇରାଲ Video

ନୂଆଦିଲ୍ଲୀ: ପ୍ଲାଷ୍ଟିକକୁ ନେଇ ଅନେକ ସମୟରେ ବିଭିନ୍ନ ପ୍ରକାରର ଦାବି ସବୁ ଉଠିଥାଏ । ପ୍ଲାଷ୍ଟିକ ବ୍ୟବହୃତ ପଲିଥିନ, ପ୍ୟାକେଡ ଯୋଗୁଁ ପ୍ରଦୂଷଣ ବୃଦ୍ଧି ହେଉଥିବାରୁ ଏହାକୁ ସରକାର ବ୍ୟାନ କରିବା ଦରକାର ବୋଲି ଅନେକ ସମୟରେ ସ୍ୱରଉତ୍ତୋଳନ କରାଯାଇଥାଏ । ତେବେ ପ୍ଲାଷ୍ଟିକକୁ ନେଇ ନିକଟରେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଭିଡିଓ ମୁତାବକ, ମୁମ୍ବାଇ ସମୁଦ୍ର ବେଳାଭୂମିରେ ଟନ ଟନ୍ ପ୍ଲାଷ୍ଟିକ ଗଦା ହୋଇ ପଡ଼ିରହିଛି । ତେବେ ଏହି ଭିଡିଓ ଦେଖିବା ବେଳେ ଅନେକ ଲୋକ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । ଯେତେ ସଚେତନତା କାର୍ଯ୍ୟକ୍ରମ ଜାରି ରହିଲେ ମଧ୍ୟ ଜନସାଧାରଣ ସମୁଦ୍ର ଜଳ ମଧ୍ୟକୁ ପ୍ଲାଷ୍ଟିକ ପରି ଆବର୍ଜନା ଫୋପାଡ଼ିବାରୁ ବିରତ ରହିବେ ନାହିଁ ବୋଲି କେହି କେହି ମନ୍ତବ୍ୟ ଦେଇଛନ୍ତି ।

ତେବେ ଏଠାରେ କହିବାର କଥା ହେଲା, ଯଦି ଜଣେ ଲୋକ ଗୋଟିଏ ଛୋଟ ପ୍ଲାଷ୍ଟିକ ସମୁଦ୍ରକୁ ନିକ୍ଷେପ କରିବ, ତେବେ କୋଟି କୋଟି ଲୋକ ଏହାକୁ ଆପଣାଇଲେ ପରିଣାମ କ’ଣ ହେବ । ଲୋକମାନଙ୍କର ଏହି ଅଦୂରଦର୍ଶୀ କାର୍ଯ୍ୟର ପ୍ରମାଣ ଆଜି ଏହି ଭିଡିଓ ମାଧ୍ୟମରେ ପ୍ରତିଫଳିତ ହେଉଛି । ଆମେ ସତରେ କେତେ ଭୁଲ୍ କରୁଛେ । ଏହା କ’ଣ ଆମ ପାଇଁ ଏକ ଶିକ୍ଷା ନୁହେଁ । ଏହି ଭିଡିଓକୁ ୫୪ ହଜାର ଥର ଦେଖାଯାଇଥିବା ବେଳେ ଅନେକ ୟୁଜର୍ସ କମେଣ୍ଟ ଦେଉଛନ୍ତି ।

Get real time updates directly on you device, subscribe now.