fbpx

ଗାଡ଼ି ଚାଳକମାନେ ହୋଇଯାଆନ୍ତୁ ସାବଧାନ, ଖୁବଶୀଘ୍ର ରାଜରାସ୍ତାରେ କାର୍ଯ୍ୟକାରୀ ହେବ ରାଡାର ଇଣ୍ଟରସେପ୍ଟର ବ୍ୟବସ୍ଥା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗାଡ଼ିଚାଳକମାନେ ହୋଇଯାଆନ୍ତୁ ସାବଧାନ । ଟ୍ରାଫିକ ନିୟମ ଉଲ୍ଲଂଘନ, ବେପରୁଆ ଓ ଦ୍ରୁତଗତିରେ ଗାଡ଼ ଚଳାଉଥିଲେ ଆଉ ଖସି ପାରିବେ ନାହିଁ । ରାଜ୍ୟରେ ଖୁବଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି ସଫ୍ଟୱେର ଆଧାରିତ ରାଡାର ଇଣ୍ଟରସେପ୍ଟର ବ୍ୟବସ୍ଥା । ଏହି ସଫ୍ଟୱେର ପ୍ରସ୍ତୁତ କରିବା ପାଇଁ ଆଇଆଇଟି, ଭୁବନେଶ୍ୱର ସ୍କୁଲ ଅଫ୍ ଇଲେକ୍ଟ୍ରିକାଲ ସାଇନ୍ସକୁ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ।

ତେବେ ଆସନ୍ତା ସପ୍ତାହରୁ ଏହାର ପରୀକ୍ଷଣ ଆରମ୍ଭ ହେବ । ଏଥିପାଇଁ ୨୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଏହି ସଫ୍ଟୱେରର ଲ୍ୟାବ୍ ପରୀକ୍ଷଣ ପରେ ରାସ୍ତାରେ ପରୀକ୍ଷଣ କରାଯିବ । ତେବେ ସଫ୍ଟୱେର ଆଧାରିତ ଇଣ୍ଟରସେପ୍ଟରର ରିପୋର୍ଟ ଶତ ପ୍ରତିଶତ ସଠିକ୍ ରହିବ । ବର୍ତ୍ତମାନ ଜାତୀୟ ରାଜପଥରେ ନିୟୋଜିତ ଥିବା ଇଣ୍ଟରରସେପ୍ଟର ଗାଡ଼ିର ରିପୋର୍ଟକୁ ନେଇ ନାନା ଅଭିଯୋଗ ଆସୁଛି । ଗାଡ଼ିର ସଠିକ୍ ଗତି ମାପିବା ଓ ଫଟୋ ଉତ୍ତୋଳନ କରିବାରେ ତ୍ରୁଟି ରହୁଥିବା କୁହାଯାଉଛି ।

ତେବେ ପରିବହନ ବିଭାଗ ଅନୁଯାୟୀ, ସଫ୍ଟୱେର ଆଧାରିତ ଇଣ୍ଟରସେପ୍ଟର ରାଡାର ବ୍ୟବସ୍ଥା ଦ୍ରୁତ ଗାଡ଼ି ଚାଳକଙ୍କୁ ଧରିବାରେ ସକ୍ଷମ ହେବ । ଏହି ବ୍ୟବସ୍ଥା ମାଧ୍ୟମରେ ଗାଡ଼ିର ବେଗ ମାପିବା ସହ ଫଟୋ ଉତ୍ତୋଳନ କରାଯାଇ ପାରିବ । ସୂଚନାଯୋଗ୍ୟ ଯେ, ଦିନକୁ ଦିନ ରାଜ୍ୟରେ ସଡ଼କ ଦୁର୍ଘଟଣା ଓ ମୃତ୍ୟୁ ବଢ଼ିଚାଲିଥିବା ବେଳେ ଏନେଇ ବିଭିନ୍ନ ସମୟରେ ସରକାରଙ୍କ ତରଫରୁ ନୂଆ ନୂଆ ପଦକ୍ଷେପ ନିଆଯାଇଥାଏ । ଗତ ୨୦୨୧ରେ ଘଟିଥିବା ମୋଟ ସଡ଼କ ଦୁର୍ଘଟଣା ମଧ୍ୟରୁ ୬୯ ପ୍ରତିଶତ କେବଳ କେବଳ ଦ୍ରୁତ ଗାଡ଼ି ଚାଳନା କାରଣରୁ ଘଟିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.