fbpx
BJD SKY
BJD SKY

ରିଲିଜ୍ ହେଲା ‘ରାଧେ ଶ୍ୟାମ’ର ଟ୍ରେଲର: ଇମ୍ପ୍ରେସ କରିବାକୁ ପୂଜା ଦେଇଛନ୍ତିି ୯୭ କିସ୍!

BJD

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ଅଗାମୀ ଫିଲ୍ମ ‘ରାଧେ ଶ୍ୟାମ’ ର ଟ୍ରେଲର ଗୁରୁବାର ରିଲିଜ୍ ହୋଇଯାଇଛି । ଫିଲ୍ମରେ ପ୍ରଭାସଙ୍କ ସହ ପୂଜା ହେଗଡେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମ ରାଧେ ଶ୍ୟାମ ଆସନ୍ତା ବର୍ଷ ୧୪ ଜାନୁଆରୀ ୨୦୨୨ ରେ ରିଲିଜ୍ ହେବାକୁ ଯାଉଛି । ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ଭାଇରାଲ ମଧ୍ୟ ହେବାରେ ଲାଗିଛି । ତେବେ ଟ୍ରେଲରରେ ପ୍ରଭାସ ଏବଂ ପୂଜାଙ୍କ ଲଭ୍ କେମେଷ୍ଟ୍ରୀ ସହ ଦେଖିବାକୁ ମିଳିବ ଆକ୍ସନ ଏବଂ ଆଡଭେନ୍ଚର ।

ଟ୍ରେଲରେ ଦେଖାଯାଉଛି ଯେ କିପରି ଭଲପାଇବା ଭାଗ୍ୟରେ ନଥିବା କଥା କହୁଥବା ପ୍ରଭାସ ପ୍ରେମରେ ପଡ଼ିଯାଉଛନ୍ତି । ସେତିକି ନୁହେଁ ଟ୍ରେଲରେ ପୂଜା କହୁଛନ୍ତି ଉଭୟଙ୍କ ମଧ୍ୟରେ ୯୭ ଥର କିସ୍ ମଧ୍ୟ ହୋଇଛି । ପୂଜା ଏବଂ ପ୍ରଭାସଙ୍କ ଲଭ୍ ଷ୍ଟୋରୀ ସହ ଫିଲ୍ମରେ ପ୍ରଭାସଙ୍କ ତୁଳନା ମହାନ ‘ବିକ୍ରମାଦିତ୍ୟ’ଙ୍କ ସହ କରାଯାଉଛି ଯିଏକି ଦୁନିଆର ମହାନ ହସ୍ତରେଖା ଜ୍ୟୋତିଷ । ଏହା ସହ ଟ୍ରେଲରେ କୁହାଯାଇଛି ଯେ ହାତ ଦେଖାଇବା ପାଇଁ ଦୁନିଆର ବଡ଼ ବଡ଼ ଲୋକ ତାଙ୍କ ନିକଟକୁ ଆସୁଛନ୍ତି । ଟ୍ରେଲରରେ ଅନେକ ଜବର ଦସ୍ତ ସିନ୍ ଦେଖିବାକୁ ମିଳୁଛି ଯେଉଁଥିରେ ସମୁଦ୍ରରେ ବୁଡ଼ି ଯାଉଥିବା ଜାହାଜ ତ’ କେତେବେଳେ ବ୍ଲାଷ୍ଟ ଭିତରୁ ପ୍ରଭାସ ବାହରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ଫିଲ୍ମ ଗତ ବର୍ଷ ରିଲିଜ ହେବାକୁ ଥିବାବେଳେ କରୋନା କାରଣରୁ ଏହାର ରିଲିଜ ଡେଟକୁ ଘୁଞ୍ଚା ଯାଇଥିଲା । ଫିଲ୍ମକୁ ତାମିଲ, ତେଲୁଗୁ, ମଲାୟାଲମ ସହ ହିନ୍ଦୀ ଭାଷାରେ ମଧ୍ୟ ରିଲିଜ କରାଯିବ ।

Get real time updates directly on you device, subscribe now.