ମୀନ ରାଶିରେ ରାହୁ, ଆଗାମୀ ୩୭୬ ଦିନ ଏହି ସମସ୍ତ ରାଶିଙ୍କର ଲାଭ ହିଁ ଲାଭ

ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ରରେ ରାହୁକୁ ମାୟାବୀ ଓ ଉଗ୍ର ଗ୍ରହ ବୋଲି ମନେ କରାଯାଏ । ରାହୁ ଗୋଟିଏ ରାଶିରେ ୧୮ ମାସ ପର୍ଯ୍ୟନ୍ତ ରହିଥାନ୍ତି । ଏବେ ରାହୁ ମୀନ ରାଶିରେ ଅଛନ୍ତି ଓ ୨୦୨୫ ପର୍ଯ୍ୟନ୍ତ ଏହିଠାରେ ରହିବେ । ରାହୁଙ୍କ ଚଳଣ କିଛି ରାଶିଙ୍କ ଲାଗି ଅଶୁଭ ତ ଆଉ କିଛି ରାଶିଙ୍କ ଲାଗି ବରଦାନ ସାବ୍ୟସ୍ତ ହେବ । ଏହି କ୍ରମରେ ଆସନ୍ତୁ ଜାଣିବା ଆଗାମୀ ୩୭୬ ଦିନ ରାହୁ ମୀନ ରାଶିରେ ରହିବା ଦ୍ୱାରା କେଉଁ କେଉଁ ରାଶି ଲାଭବାନ ହେବେ ।

ମେଷ: ରାହୁଙ୍କ ଏହି ଗୋଚର ମେଷ ରାଶିଙ୍କ ଜୀବନରେ ପ୍ରବଳ ଖୁସି ଆଣିବ । ବ୍ୟବସାୟରେ ଲାଭ ହେବ । ସମସ୍ତ କାର୍ଯ୍ୟରେ ଉନ୍ନତି ହେବ । ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତ ହେବ । ଅଟକି ରହିଥିବା କାର୍ଯ୍ୟ ଶେଷ ହେବ । କୌଣସି ନୂଆ କାର୍ଯ୍ୟର ଆରମ୍ଭ କରିବେ ଯେଉଁଥିରେ ବ୍ୟାଙ୍କ ବାଲାନ୍ସ ବଢିବ ।
ବିଛା: ରାହୁଙ୍କ ରାଶି ପରିବର୍ତ୍ତନ ବିଛା ରାଶି ପାଇଁ ଶୁଭଫଳଦାୟୀ ହେବ । ସ୍ୱାସ୍ଥ୍ୟ ଭଲ ରହିବ । ଏହି ସମୟରେ ଆପଣ ନିବେଶ କରିପାରିବେ । ବ୍ୟବସାୟୀଙ୍କ ଲାଗି ଏହି ସମୟ ବହୁତ ଭଲ ରହିବ ।
ସିଂହ:ରାହୁଙ୍କ ଗୋଚର ସିଂହ ରାଶିଙ୍କ ଲାଗି ଲାଭଦାୟକ ହେବ । ସମସ୍ତ କାର୍ଯ୍ୟ ଠିକ୍ ସମୟରେ ଶେଷ କରିବେ । ଯେତେ ପରିଶ୍ରମ କରିବେ ସେହି ଅନୁସାରେ ଲକ୍ଷ୍ୟ ପ୍ରାପ୍ତି ହେବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।