ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାଜ୍ୟସଭା ଓ ଲୋକସଭା ବିରୋଧୀଦଳ ନେତା ଚିଠି ଲେଖିଛନ୍ତି । ସଂସଦର ସ୍ୱତନ୍ତ୍ର ଅଧିବେଶନ ପାଇଁ ଉଭୟେ ଲେଖିଲେ ଚିଠି । ପହଲଗାମ ଆତଙ୍କୀ ଆକ୍ରମଣ ନେଇ ଆଲୋଚନା ଦାବି କରିଛନ୍ତି ବିରୋଧୀ ଦଳର ନେତା ।
ଅପରେସନ୍ ସିନ୍ଦୂର, ଆମେରିକା ପକ୍ଷରୁ ପ୍ରଥମେ ଅସ୍ତ୍ରବିରତି କଥା ଉଲ୍ଲେଖ ରହିଛି ଏହି ଚିଠିରେ । ଏହାପରେ ଭାରତ ଓ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଘୋଷଣା କଥା ଉଲ୍ଲେଖ ଅଛି । ଏ ନେଇ ଆଲୋଚନା ପାଇଁ ସ୍ୱତନ୍ତ୍ର ଅଧିବେଶନ ଡକାଯାଉ ବୋଲି ଦାବି କରିଛନ୍ତି ବିରୋଧୀ ଦଳ ।