fbpx
BJD SKY
BJD SKY

ଅଟୋ ଚାଳକ, ସଫେଇକର୍ମୀ ଓ ଫୁଡ ଡେଲିବୟଙ୍କ ସହ ରାହୁଲଙ୍କ ସିଧାସଳଖ ଆଲୋଚନା

BJD

ତେଲେଙ୍ଗାନା: ମିଜୋରାମ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନ ବିଧାନସଭା ପାଇଁ ମତଦାନ ପ୍ରକ୍ରିୟା ସରିଥିବା ବେଳେ ଆସନ୍ତା ୩୦ରେ ତେଲେଙ୍ଗାରେ ମତଦାନ ଗ୍ରହଣ କରାଯିବ। ଏଥିଲାଗି ସମସ୍ତ ରାଜନୈତିକ ଦଳ ନିଜ ନିଜର ରଣନୀତି ଜାରି ରଖିଛନ୍ତି। ଏହି କ୍ରମରେ କଂଗ୍ରେସ ପାଇଁ ମଙ୍ଗୁଆଳ ସାଜିଛନ୍ତି ଖୋଦ ରାହୁଲ ଗାନ୍ଧୀ। ଯେଉଁଥିରେ ମଙ୍ଗଳବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଭିନ୍ନ ଏକ ଅନ୍ଦାଜରେ ଦେଖିବାକୁ ମିଳିଛନ୍ତି। ଅଟୋ ଚାଳକ, ସଫେଇକର୍ମୀ ଓ ଫୁଡ ଡେଲିବୟଙ୍କ ସହ ସେ ସିଧାସଳଖ ଆଲୋଚନା କରୁଥିବା ଦେଖିବାକୁ ମିଳିଛନ୍ତି।

ସୂଚନା ଥାଉକି, ରାହୁଲ ଆଜି ହାଇଦ୍ରବାଦ ଅଶୋକନଗରରେ ପହଁଚିଥିଲେ। ସେଠାରେ ସେ ସରକାରୀ ଚାକିରି ପାଇଁ ଆଶାୟୀ ପ୍ରାର୍ଥୀଙ୍କୁ ଭେଟିଥିଲେ। ସେମାନଙ୍କ ହାଲଚାଲ ଓ ସମସ୍ୟା ପଚାରି ବୁଝିଥିଲେ। ତେବେ ଉତ୍ତରରେ ଯୁବକମାନେ ନିଜ ସମସ୍ୟା ବିଷୟରେ କହିଥିଲେ। ଯାହାକୁ ଶୁଣିବା ପରେ ରାହୁଲ ବେଶ ଭାବବିହ୍ୱଳ ହୋଇଥିବା ପ୍ରକାଶ କରିଥିଲେ। ଯୁବକଙ୍କ ସହ ଏକାଠି ମିଶି ବିରିୟାନୀ ମଧ୍ୟ ଖାଇଥିଲେ ରାହୁଲ। ଅନ୍ୟପଟେ ରାହୁଲ ହାଇଦ୍ରାବାଦ ଜୁବଲି ହିଲ୍ସରେ ମଧ୍ୟ ପହଁଚିଥିଲେ । ସେଠାରେ ସେ ଅଟୋ ଚାଳକ, ସଫେଇକର୍ମୀ ଓ ଫୁଡ ଡେଲିବୟଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ଏହା ସହ ସେମାନଙ୍କୁ ରୋଜଗାର, ସମସ୍ୟା ଓ ଆବଶ୍ୟକ ବାବଦରେ ପ୍ରଶ୍ନ ପଚାରିଥିଲେ। ତେବେ ରାହୁଲଙ୍କୁ ଉତ୍ତର ଦେଇ ସମସ୍ତେ ନିଜ ନିଜ ମତାମତ ରଖିଥିଲେ। ଉତ୍ତର ଦେଇ ଅଟୋ ଚାଳକ ସଫେଇକର୍ମୀ ଓ ଫୁଡ ଡେଲିବରୀବୟ କହିଥିଲେ ସେମାନଙ୍କୁ ମଧ୍ୟ ରାଜ୍ୟ ସରକାରଙ୍କ ବୀମା ସୁବିଧାରେ ଅର୍ନ୍ତଭୁକ୍ତ କରାଯାଉ।

ସୂଚନା ଥାଉକି, ଆଉ ଦିନକ ପରେ ଅର୍ଥାତ ୩୦ ତାରିଖ ଦିନ ତେଲେଙ୍ଗାନାରେ ମତଦାନ ଗ୍ରହଣ କରାଯିବ। ଏଥିରେ ସମସ୍ତ ଦଳମାନଙ୍କ ଫୋକସରେ ମହିଳା ଓ ଯୁବଗୋଷ୍ଠୀ ରହିଛନ୍ତି। ବିଭିନ୍ନ ରାଜନୈତିକ ଦଳର ରାଜନେତା, ହେଭିୱେଟ ଚେହେରା ନିଜ ନିଜ ଦଳ ପାଇଁ ଜୋରଦାର ପ୍ରଚାର କରୁଛନ୍ତି। ଆଞ୍ଚଳିକ ଦଳ ତଥା ଲଗାତର ୨ୟଥ ପାଇଁ ଶାସନଗାଦୀରେ ଥିବା ବିଆରଏସ ପୁଣି ଠାରେ କ୍ଷମତାକୁ ଫେରିବାକୁ ଚାହୁଁଛି। ମାତ୍ର ମୁସଲମାନ ସମ୍ପ୍ରଦାୟ ଭୋଟକୁ ନେଇ ବିଜେପି-କଂଗ୍ରେସ ଭୋଟରେ ଏକ ବଡ ଧରଣରଣ ପରିବର୍ତ୍ତନ ସମ୍ଭାବନା ରହିଛି।

Get real time updates directly on you device, subscribe now.