fbpx

‘ମୋଦୀ’ ଉପନାମକୁ ନେଇ ରାହୁଲ ଗାନ୍ଧୀଙ୍କୁ ହେଲା ଦଣ୍ଡାଦେଶ, ଜାଣନ୍ତୁ କେଉଁଠାରୁ ଆରମ୍ଭ ହେଲା ସରନେମ୍ ରଖିବାର ପରମ୍ପରା

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ‘ମୋଦୀ ସରନେମ୍’ ଉପରେ ବିବାଦୀୟ ଟିପ୍ପଣୀ କରିବା ନେଇ ଦୁଇବର୍ଷ ଜେଲ ଦଣ୍ଡାଦେଶ ଜାରି ହୋଇଛି । ମାନହାନି ମାମଲାରେ ସୁରଟ ଆଦଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହା ୪ବର୍ଷ ତଳର ପୂରାତନ ମାମଲା, ୧୩ ଏପ୍ରିଲ ୨୦୧୯ରେ କର୍ଣ୍ଣାଟକର ଏକ ନିର୍ବାଚନ ରାଲୀରେ ରାହୁଲ ଗାନ୍ଧୀ କହିଥିଲେ ଯେ, ନୀରବ ମୋଦୀ, ଲଳିତ ମୋଦୀ, ନରେନ୍ଦ୍ର ମୋଦୀଙ୍କ ସରନେମ୍ ଏକାପରି କାହିଁକି?’ ଏହି ଟିପ୍ପଣୀ ଉପରେ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ ରାହୁଲଙ୍କ ବିରୋଧରେ ମାନହାନର୍ମକଦ୍ଦମା କରିଥିଲେ ।

ଉପରୋକ୍ତ କଥଚୁ ବାଦ ଦେଲା ପରେ ‘ନେହେରୁ’ ସରନେମକୁ ନେଇ ମଧ୍ୟ ଅନେକ ବିବାଦ ଉପୁଜିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ମାସ ପୂର୍ବରୁ ନେହେରୁ ସରନେମ୍ କୁ ନେଇ ଗାନ୍ଧୀ ପରିବାର ଉପରେ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । ପିଏମ ରାଜ୍ୟସଭାରେ କହିଥିଲେ ଯେ, ‘ ମୁଁ ଏହା ବୁଝିପାରୁନି ଯେ, ତାଙ୍କ ପିଢିର କୌଣସି ବ୍ୟକ୍ତି ନେହେରୁ ସରନେମ୍ ପାଇଁ ଡରୁଛନ୍ତି କଣ ପାଇଁ? ତାଙ୍କୁ କଣ ଲଜ୍ୟା ଲାଗୁଛି? ଏତେ ବଡ଼ ମହାନ ବ୍ୟକ୍ତିତ୍ୱ ଆପଣଙ୍କୁ ଯଦି ମଞ୍ଜୁର ନାହିଁ , ଆପଣଙ୍କ ପରିବାରକୁ ମଧ୍ୟ ମଞ୍ଜୁର ନାହିଁ , ତେବେ ଆମ ହିସାବ କାହିଁକି ମାଗୁଛ?’

ସରନେମ୍ କେଉଁଠୁ ଆସିଲା?

ପ୍ରାଚୀନ କାଳରେ ସରନେମ ନଥିଲା, ହେଲେ ଧିରେ ଧିରେ ଜନ ବସତି ବଢିବା କାରଣରୁ ଏହାର ଆବଶ୍ୟକତା ଦରକାର ପଡିଲା । ସରନେମ୍ ଯେକୌଣସି ବ୍ୟକ୍ତିର ଜାତି, ବୃତ୍ତି, ସ୍ଥାନ ଅନୁସାରେ ରଖାଯାଇଥାଏ । ସେହିପରି ସବୁ କ୍ଷେତ୍ରରେ ଏବଂ ଭାଷାରେ ଅଲଗା ଅଲଗା ସରନେମ୍ ରହିଛି ଯାହା କିଛି ନା କିଛି ସୂଚୀତ କରିଥାଏ । ସରନେମ୍ କଥା ବୈଦିକ ପୂରାଣରେ ଅନେକ କିଛି ଉଲ୍ଲେଖ ରହିଛି । ଯାହା ପିତା ମାତା ଏବଂ ଗୋତ୍ର ନାମରେ ରଖାଯାଇଥିଲା । ଋକବେଦରେ କୁହାଯାଇଛି ଯେ, ପ୍ରତ୍ୟେକ ବ୍ୟକ୍ତିର ଚାରୋଟି ନାମ ରହିବା ଆବଶ୍ୟକ । ଏକ ନାମ କ୍ଷେତ୍ର ଆଧାରରେ, ଦ୍ୱିତୀୟ ନାମ ଯେଉଁଥିରେ ଲୋକ ତାଙ୍କୁ ଜାଣିଥିବେ । ତୃତୀୟ ଗୁପ୍ତ ନାମ, ଏବଂ ଚତୁର୍ଥ ନାମ ଯେଉଁମାନେ ଯଜ୍ଞ କରନ୍ତି ସେମାନଙ୍କ ଅନୁସାରେ ହୋଇଥିବା ଆବଶ୍ୟକ ।

ମନୁସ୍ମୃତିରେ ମଧ୍ୟ ସରନେମ୍ କୁ ନେଇ ଅନେକ କଥା ବର୍ଣ୍ଣନା କରାଯାଇଛି । ଏଥିରେ ଲେଖାଯାଇଛି ଯେ, ବ୍ରାହ୍ମଣଙ୍କ ନିଜ ନାମ ଉପରେ ସରନେମ୍ (ଖୁସି ବା ଆର୍ଶୀବାଦ) ରଖିବା ପରେ, କ୍ଷତ୍ରୀୟଙ୍କୁ ବର୍ମନ( ଶକ୍ତି ଏବଂ ସୁରକ୍ଷା) ବୈଶ୍ୟଙ୍କୁ ଗୁପ୍ତ ( ସମୃଦ୍ଧି) ଏବଂ ଶୁଦ୍ରଙ୍କୁ ଦାସ ( ନିର୍ଭରତା) ଲଗାଇବା ଆବଶ୍ୟକ ବୋଲି ବର୍ଣ୍ଣନା କରାଯାଇଛି ।’

ସେହିପରି ଅନ୍ୟାନ୍ୟ ଦେଶ ମାନଙ୍କରେ ମଧ୍ୟ ସରନେମ୍ ରଖିବା କଥା ବିବରଣୀ ମିଳିଛି । ୨୦୦୦ ବର୍ଷ ତଳେ ଚୀନର ଫୁ ସି ନାମକ ଜଣେ ରାଜା ସରନେମ୍ ରଖିବାକୁ ଆଦେଶ ଦେଇଥିଲେ । ଯେଉଁଥିରେ ଅନେକ ଲୋକ ନିଜ ମାଆଙ୍କ ଅନୁସାରେ ସରନେମ ରଖୁଥିଲେ । ହେଲେ ପରବର୍ତ୍ତୀ ସମୟରେ ବାପାଙ୍କ ଅନୁସାରେ ରଖିଲେ । ଏହା ବ୍ୟତୀତ ଇଂଲଣ୍ଡରେ ଏକ ହଜାର ବର୍ଷ ପୂର୍ବେ ଉପନାମ ରଖିବାର ପ୍ରଥା ଆରମ୍ଭ ହୋଇଥିଲା । ଆରମ୍ଭରୁ ଲୋକ ନିଜ ହିସାବରେ ସରନେମ୍ ରଖୁଥିଲେ ହେଲେ ବର୍ତ୍ତମାନ ପିତା ମାତାଙ୍କ ଅନୁଯାୟୀ ସରନେମ୍ ରଖୁଛନ୍ତି । ଇରାନରେ କିନ୍ତୁ ମଧ୍ୟବର୍ତ୍ତୀ କାଳରେ ସରନେମ୍ ପରମ୍ପରା ଆରମ୍ଭ ହୋଇଥିଲା । ହେଲେ ଏଠାରେ ପୂର୍ବଜଙ୍କ ପିଢି ଅନୁସାରେ ରଖୁଥିଲେ ।

Get real time updates directly on you device, subscribe now.