fbpx

କେବଳ ହିନ୍ଦୁଙ୍କର ନୁହଁନ୍ତି, ଭଗବାନ ରାମ ହେଉଛନ୍ତି ସମସ୍ତଙ୍କର: ଫାରୂକ ଅବଦୁଲ୍ଲା

ଶ୍ରୀନଗର: ଜାମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ନେସନାଲ କଂଫ୍ରେନ୍ସର ନେତା ଡା. ଫାରୂକ ଅବଦୁଲ୍ଲା ପାଥର୍ସ ପାର୍ଟୀର ସଂସ୍ଥାପନ ଦିବସ ଅବସରରେ ଉଧମପୂର ଠାରେ ପହଁଚିଥିଲେ । ଏଠାରେ ସେ ଭାରତୀୟ ଜନତା ପାର୍ଟୀ ଉପରେ ସିଧା ଟାର୍ଗେଟ କରିଛନ୍ତି ଏବଂ କହିଛନ୍ତି ଭଗବାନ ରାମ ହେଉଛନ୍ତି କେବଳ ହିନ୍ଦୁ ମାନଙ୍କ ଭଗବାନ ନୁହଁନ୍ତି । ଭଗନବାନ ରାମ ପ୍ରତ୍ୟେକ ବ୍ୟକ୍ତିଙ୍କ ରାମ ଅଟନ୍ତି । ସେ ହିନ୍ଦୁ ହୁଅନ୍ତୁ କି ମୁସଲମାନ ହୁଅନ୍ତୁ, ଶିଖ ହୁଅନ୍ତୁ କି ଅନ୍ୟ କୌଣସି ସମୁଦାୟର ହୁଅନ୍ତୁ । ସେହିପରି ଆଲ୍ଲା କେବଳ ମୁସଲମାନଙ୍କର ନୁହଁନ୍ତି, ଆଲ୍ଲା ସମସ୍ତଙ୍କ ପାଇଁ ଅଛନ୍ତି ବୋଲି ଅବଦୁଲ୍ଲା କହିଛନ୍ତି ।

ସେ କହିଛନ୍ତି ଜଣେ ପାକିସ୍ତାନର ବୟୋଜ୍ୟଷ୍ଠ ପ୍ରଫେସରଙ୍କ କିଛି ସମୟ ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଛି । ଲୋକ ମାନଙ୍କୁ ଉଚିତ ରାସ୍ତା ଦେଖାଇବା ପାଇଁ ଭଗବାନ ରାମ ଆଲ୍ଲାଙ୍କ ତରଫରୁ ପଠାଯାଇଥିଲେ । ସେ ଅନ୍ୟପଟେ କହିଛନ୍ତି, ବିଜେପି କହୁଛି ଆମେ ରାମ ପୂଜାରୀ, ଏପରି କହୁଥିବା ଲୋକ ବୋକା ଅଟନ୍ତି । ଏହି ଲୋକ ରାମଙ୍କୁ ବିକ୍ରି କରିବାକୁ ଚାହୁଁଛନ୍ତି ।

ଏହାର କିଛି ଦିନ ପୂର୍ବରୁ ଅବଦୁଲ୍ଲା କହିଥିଲେ ଯେ, ସମୁଦାୟଙ୍କୁ ଜଣେ ଅନ୍ୟଜଣଙ୍କ ବିରୋଧରେ ଠିଆ କରିବା ଆବଶ୍ୟକତା ନୁହେଁ । ଡର ଏବଂ ଘୃଣାର ରାଜନୀତି ନୂଆ ନୁହେଁ । ବିଜେପି ମୁସଲମାନଙ୍କ ୨୨-୨୪ କୋଟି ଟଙ୍କା କଣ କରିବେ? କଣ ସେ ସମୁଦ୍ରରେ ଫୋପାଡି ଦେବେ ନା ସେହି ଟଙ୍କାକୁ ଚୀନକୁ ପଠାଇଦେବେ?

ଫାରୂକ ଅବଦୁଲ୍ଲା କହିଛନ୍ତି ଯେ, ‘ ଗାନ୍ଧୀଜୀ ରାମ ରାଜ୍ୟ କଥା କହିଥିଲେ । ରାମ ରାଜ୍ୟ ତାଙ୍କ ଅନୁସାରେ କଲ୍ୟାଣକାରୀ ରାଜ୍ୟ । ଯେଉଁଠାରେ ସମାନ ଅବସରରେ ଯୋଗ ଦେବା ସହ ଭେଦଭାବ କରିବେ ନାହିଁ । ଆମେ ସମସ୍ତେ ଗାନ୍ଧୀଜୀଙ୍କ ସିଦ୍ଧାନ୍ତ ପାଳନ କରିବା ନିହାତି ଆବଶ୍ୟକ ।

Get real time updates directly on you device, subscribe now.