fbpx
BJD SKY
BJD SKY

ବର୍ଷାରେ ଆରମ୍ଭ କଲେ ଭାରତ ଯୋଡ ଯାତ୍ରା, ଟି-ସାର୍ଟ ଉପରେ ପିନ୍ଧିଲେ ଜ୍ୟାକେଟ

BJD

ନୂଆଦିଲ୍ଲୀ: ବର୍ତ୍ତମାନ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜାମ୍ମୁ-କାଶ୍ମୀରର କଠୁଆ ଠାରୁ ଆରମ୍ଭ କରି ଲଖନପୁର ପର୍ଯ୍ୟନ୍ତ ଭାରତ ଯୋଡ଼ ଯାତ୍ରା ଆରମ୍ଭ କରିଛନ୍ତି । ତେବେ ଏହି ଯାତ୍ରାରେ ବର୍ଷା ହେଉଥିବାରୁ ରାହୁଲ ଗାନ୍ଧୀ ଜ୍ୟାକେଟ ପିନ୍ଧିଛନ୍ତି । ରାହୁଲ ଗାନ୍ଧୀ କନ୍ୟା କୁମାରୀ ଠାରୁ ପଞ୍ଜାବ ଯାତ୍ରା ସମୟରେ କୌଣସି ଜ୍ୟାକେଟ ପିନ୍ଧି ନଥିଲେ । ତେଣୁ ଏହି ଜ୍ୟାକେଟ ପିନ୍ଧିବାକୁ ନେଇ ବହୁ ପ୍ରକାର ଚର୍ଚ୍ଚା ଚାଲିଛି ।

ଯେତେବେଳେ ରାହୁଲ ଗାନ୍ଧୀଙ୍କୁ ପଚରା ଯାଇଥିଲା ଆପଣ ଏହି କଠୋର ଶୀତରେ କାହିଁକି ଖାଲି ଟି-ସାର୍ଟରେ ଯାତ୍ରା କରୁଛନ୍ତି? ସେ ଉତ୍ତର ଦେଇଥିଲେ ଯେ, ମୁଁ ଶୀତକୁ ଡରୁ ନାହିଁ । ସେଥିପାଇଁ କୌଣସି ସ୍ୱେଟର ପିନ୍ଧୁନାହିଁ । ଯେଉଁମାନେ ଜ୍ୟାକଟ ପିନ୍ଧୁଛନ୍ତି ସେମାନେ ଶୀତକୁ ଡ଼ରୁଛନ୍ତି ସେଥିପାଇଁ ତାଙ୍କୁ ଶୀତ ଲାଗୁଛି । ତେବେ ଏହା ମୋ କ୍ଷେତ୍ରରେ ସମ୍ପୂର୍ଣ୍ଣ ଅଲଗା ଅଟେ କାରଣ ମୋ ଯାତ୍ରା ଡରର ବିରୋଧୀ ଅଟେ । ସେଥିପାଇଁ ମୋତେ ଡ଼ର ଲାଗୁନାହିଁ ।

ସୂଚନା ଅନୁଯାୟୀ, ରାହୁଲ ଗାନ୍ଧୀଙ୍କ ଯାତ୍ରା ଜାମ୍ମୁ-କାଶ୍ମୀରର ଲଖନପୁର ଠାରୁ ଆରମ୍ଭ କରି କଠୁଆ, ହୀରାନଗର, ବନିହାଲ ଟନଲ ହୋଇ କାଶ୍ମୀର ଘାଟି ପର୍ଯ୍ୟନ୍ତ ଯିବ । ସେ ଶ୍ରୀନଗରରେ ୩୦ଜାନୁଆରୀରେ ଏକ ବିଶାଳ ରାଲି ଯାତ୍ରା ସହ ଭାରତ ଯୋଡ଼ ଯାତ୍ରାକୁ ସମାପନ କରିବେ । ଏହି ଯତ୍ରାରେ ସଞ୍ଜୟ ରାଉତ ଯାତ୍ରା କରୁଛନ୍ତି ।

ଗୁରୁବାର ଦିନ ସଂଧ୍ୟାରେ ରାହୁଲ ଗାନ୍ଧୀ ଲଖନ ପୁରରେ ପହଁଚିଥିଲେ । ସେଠାରେ ସେ ମହାରାଜା ଗୁଲାବ ସିଂହଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଜାତୀୟ କନଫରେନ୍ସର ଅଧ୍ୟକ୍ଷ ଫାରକ ଅବ୍ଦୁଲ୍ଲା ହାତରେ ମଶାଲ ଧରି ରାହୁଲ ଗାନ୍ଧୀଙ୍କୁ ସ୍ୱାଗତ କରିଥିଲେ । ସେଠାରେ ରାହୁଲ ଗାନ୍ଧୀ କହିଛନ୍ତି, ‘ମୁଁ ଜାମ୍ମୁ-କାଶ୍ମୀରରେ ବହୁ ଲୋକଙ୍କ ଦୁଃଖ ଦେଖିଆସିଛି ସେଥିପାଇଁ ତାଙ୍କ ସହ ଦୁଃଖ-କଷ୍ଟ ରେ ଭାଗୀଦାର ହେବାକୁ ଆସିଛି । କିଛି ବର୍ଷ ତଳେ ମୋ ପରିବାର ଏଠାରେ ରହୁଥିଲେ ଏବଂ ସେହି ମାଟିରେ ମୁଁ ପାଦରେ ଚାଲିକି ଯାଉଛି’ ।

Get real time updates directly on you device, subscribe now.