fbpx

ଏହି ୪ ରାଶିର ଲୋକ ହୋଇଯାଅ ସତର୍କ: ଆର୍ଥିକ କ୍ଷତିର ହେବେ ସମ୍ମୁଖୀନ

ରାହୁ ଓ କେତୁ ଉଭୟ ଗ୍ରହ ଯେତେବେଳେ ରାଶି ପରିବର୍ତ୍ତନ ବା ପ୍ରବେଶ କରନ୍ତି, ସେବେ ସମସ୍ତ ୧୨ ରାଶିର ଲୋକଙ୍କ ଉପରେ ଏହାର ପ୍ରଭାବ ପଡ଼ିଥାଏ । ଏହି ୨ଟି ଗ୍ରହ ଚଳିତ ବର୍ଷ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ରାହୁ-କେତୁ ଛାୟା ଗ୍ରହ ଭାବରେ ପରିଗଣିତ ହୁଏ ଓ ସବୁବେଳେ ଓଲଟା ଚାଲ୍ କରନ୍ତି । ଦୁହିଁଙ୍କୁ ପାପୀ ଗ୍ରହ ବୋଲି ବିବେଚନା କରାଯାଏ ।

ସେମାନଙ୍କ ପ୍ରଭାବ ଯୋଗୁଁ ଜୀବନରେ ସମସ୍ୟା ବଢ଼ିପାରେ ଓ ତାଙ୍କୁ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ରାହୁ-କେତୁ ବକ୍ର ଗତିବିଧି ହେତୁ ସେମାନଙ୍କ ଗମନାଗମନ ପାଇଁ ଦେଢ଼ ବର୍ଷ ସମୟ ଲାଗେ । ଉଭୟ ଅକ୍ଟୋବର ୩୦ ରେ ଚଳିତ ବର୍ଷ ଶେଷରେ ମୀନରେ ପ୍ରବେଶ କରିବେ । ଉଭୟ ଗ୍ରହର ରାଶି ପରିବର୍ତ୍ତନ ଯୋଗୁଁ ୪ ଟି ରାଶିର ଲୋକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ।

ମୀନ:-
ଉଭୟ ଛାୟା ଗ୍ରହ ମୀନ ରାଶିରେ ହିଁ ପ୍ରବେଶ କରିବାକୁ ଯାଉଛନ୍ତି । ଫଳରେ ଏହି ରାଶିର ଲୋକଙ୍କୁ ପ୍ରତ୍ୟେକ ଷ୍ଟେପ୍ ବୁଝି ବିଚାରି ନେବାକୁ ପଡ଼ିବ । ଏହି ଲୋକଙ୍କୁ କୌଣସି ଲୋନ୍ ନେବାରୁ ଦୂରେଇ ରହିବା ଉଚିତ୍ । ସେମାନଙ୍କୁ ଋଣ ପରିଶୋଧ କରିବାରେ ସମସ୍ୟା ଆସିପାରେ । ବ୍ୟବସାୟରୁ ଅଶୁଭ ସମାଚାର ମିଳିପାରେ ।

ମେଷ:-
ରାହୁ-କେତୁଙ୍କ ପ୍ରବେଶ ଯୋଗୁଁ ମେଷ ରାଶିର ଲୋକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ । ଏହି ରାଶିର ଲୋକଙ୍କ ଖର୍ଚ୍ଚ ବଢ଼ିଯିବ । ଖର୍ଚ୍ଚ ବଢ଼ିବା ସହିତ ସେମାନଙ୍କ ଉପରେ ଆର୍ଥିକ ଚାପ ବଢ଼ିବ । ଏହା ବ୍ୟତୀତ ବ୍ୟକ୍ତିଗତ ଜୀବନରେ ପ୍ରଭାବ ପଡ଼ିବ । ଜୀବନସାଥୀଙ୍କ ସହ ମତଭେଦ ହୋଇପାରେ ।

ବୃଷ:-
ରାହୁ-କେତୁଙ୍କ ପ୍ରବେଶ ଯୋଗୁଁ ବୃଷ ରାଶିର ଲୋକଙ୍କ ପ୍ରତ୍ୟେକ ପଦକ୍ଷେପରେ ସମସ୍ୟା ଆରମ୍ଭ ହୋଇପାରେ । ଏହା ସହିତ ଅଯଥା ଖର୍ଚ୍ଚ ବଢ଼ିପାରେ । ଘରର ବଜେଟ୍ ମଧ୍ୟ ଖରାପ ହେବ । ଏହି କାରଣରୁ ଆପଣଙ୍କୁ ଆର୍ôଥକ ସଙ୍କଟର ସମ୍ମୁଖୀନ ହେବାକୁ ପଡିପାରେ ।

କନ୍ୟା :-
ରାହୁ-କେତୁଙ୍କ ପ୍ରବେଶ ଯୋଗୁଁ କନ୍ୟା ରାଶିର ଲୋକଙ୍କୁ ପ୍ରତିଟି କ୍ଷେତ୍ରରେ ସଂଘର୍ଷ କରିବାକୁ ପଡ଼ିବ । ବ୍ୟବସାୟ ଏବଂ କର୍ମକ୍ଷେତ୍ରରେ ସେମାନେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ସେମାନଙ୍କର ପାରସ୍ପରିକ ସମ୍ପର୍କ ନଷ୍ଟ ହୋଇପାରେ ।

Get real time updates directly on you device, subscribe now.