fbpx

ଓଡିଶାର ୪ ଜିଲ୍ଲାକୁ ଆସିବେ ରାହୁଲ ଗାନ୍ଧୀ: କ’ଣ ରହିବ ପ୍ରଭାବ?

ଓଡିଶା ଭାସ୍କର: ଜାନୁଆରି ୧୪ ତାରିଖରେ ମଣିପୁରରୁ ରାହୁଲ ଗାନ୍ଧୀ ଭାରତ ନ୍ୟାୟ ଯାତ୍ରା ନାମରେ ନିଜର ଦ୍ୱିତୀୟ ରାଜନୈତିକ ଯାତ୍ରା ଆରମ୍ଭ କରିବେ। ଏହା ମାର୍ଚ୍ଚ ୨୦ରେ ମୁମ୍ବାଇରେ ଶେଷ ହେବ। ତେବେ ରାହୁଲଙ୍କ ଏହି ଯାତ୍ରା ଓଡ଼ିଶାର ୪ ଜିଲ୍ଲା ଦେଇ ଯିବ ବୋଲି ସୂଚନା ରହିଛି। ଏଥିସହ ଓଡ଼ିଶାର ୩୪୧ କିଲୋମିଟର ଦେଇ ରାହୁଲଙ୍କ ଯାତ୍ରା ଅତିକ୍ରମ କରିବ ବୋଲି ଜଣାପଡିଛି। ସେହିପରି ଏଥିରେ ରାହୁଲଙ୍କ ସହ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଯୋଗଦେବାର କାର୍ୟ୍ୟକ୍ରମ ରହିଛି ବୋଲି ଜଣାପଡିଛି। ଏହି ଯାତ୍ରା ଦ୍ୱାରା ୨୦୦୯ ମସିହାରେ ଦଳ ଜିତିଥିବା ବାଲେଶ୍ୱର ସମେତ ପଶ୍ଚିମ ଓଡ଼ିଶାର ୬ଟି ଲୋକସଭା ଆସନରେ ପ୍ରଭାବ ପଡ଼ିବ ବୋଲି ଓଡିଶା କଂଗ୍ରେସ ଆଶା ବାନ୍ଧିଛି। ତେବେ ରାହୁଲ ଗାନ୍ଧୀଙ୍କ ପ୍ରଥମ ପର୍ୟ୍ୟାୟ ଭାରତ ଯୋଡ଼ୋ ଯାତ୍ରାର ପ୍ରଭାବରେ ଦଳ ଦକ୍ଷିଣ ଭାରତରେ ସଫଳତା ପାଇଥିବା ଦେଖିବାକୁ ମିଳିଥିଲା। ଏଣୁ ବର୍ତ୍ତମାନ ରାହୁଲଙ୍କ ଏହି ଭାରତ ନ୍ୟାୟ ଯାତ୍ରା ଓଡିଶା କଂଗ୍ରେସକୁ କେତେ ସଫଳତା ଆଣିଦେବ ତାହା କେବଳ ସମୟ କହିବ।

ସୂଚନା ଥାଉକି, ସାଧାରଣ ନିର୍ବାଚନକୁ ଆଉ ମାତ୍ର କେଇଟା ମାସ ବାକି ଥିବା ବେଳେ ଓଡିଶା କଂଗ୍ରେସ ତାର ସ୍ତିତି ସଜାଡ଼ିବାକୁ ଚେଷ୍ଟା କରୁଛି। ୨୦୧୪ ଓ ୨୦୧୯ରେ ଦଳରୁ ଦୂରେଇ ଯାଇଥିବା କିଛି ନେତାଙ୍କୁ ପୁଣି ଘରକୁ ଫେରାଇ ଆଣିବ ରାଜ୍ୟ କଂଗ୍ରେସ। ନବନିଯୁକ୍ତ ଓଡିଶା ପ୍ରଭାରୀ ଡକ୍ଟର ଅଜୟ କୁମାରଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ ବେଳେ ଦଳ ଛାଡ଼ିଥିବା କିଛି ବରିଷ୍ଠ ବିଧିବଦ୍ଧ ଭାବେ ପୁଣି ଦଳରେ ସାମିଲ ହେବେ। ୬ ତାରିଖ ଅପରାହ୍ନରେ ସେ ଭୁବନେଶ୍ୱରରେ ପହଞ୍ଚି ସମ୍ବର୍ଦ୍ଧନା ନେବା ପରେ ଦଳ ଛାଡ଼ିଥିବା କିଛି ବରିଷ୍ଠ ନେତା ୭ ତାରିଖ କଂଗ୍ରେସରେ ଯୋଗ ଦେବେ। ଅନ୍ୟପଟେ ଦଳରୁ ନିଲମ୍ୱନ ହୋଇଥିବା ୩ ନେତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ହେବ ବୋଲି ମଧ୍ୟ ସୂଚନା ରହିଛି।

Get real time updates directly on you device, subscribe now.