fbpx

‘ସମଲିଙ୍ଗୀ ସମ୍ପର୍କକୁ ନେଇ ରଶ୍ମୀରଞ୍ଜନଙ୍କୁ ହତ୍ୟା କରାଯାଇଛି’; ଖୋର୍ଦ୍ଧା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବେଗୁନିଆନି ବ୍ଲକ ଶଗଡଭଙ୍ଗା ଭୀମପୁର ଗାଁ ରେ ଗତ ୨ ତାରିଖରେ ହତ୍ୟାକାଣ୍ଡ ଘଟିଥିଟିଲା । ସମଲିଙ୍ଗୀ ସମ୍ପର୍କକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସାମ୍ବାଦିକଦି ସମ୍ମିଳନୀରେ ସୂଚନା ଦେଲେ ଖୋର୍ଦ୍ଧା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ । ମୃତ ଯୁବକଙ୍କ ନାମ ରଶ୍ମୀରଞ୍ଜନ ବଳିୟାର ସିଂହ । ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଶଗଡଭଗା ଗାଁର ରଶ୍ମୀରଞ୍ଜନ ବଳିୟାର ସିଂହ ନାମକ ଜଣେ ଯୁବକ ରାମଲୀଳା ନାଟକରେ ଅଭିନୟ କରିବାକୁ ଚନ୍ଦନପୁର ଅଞ୍ଚଳର ସୋମନାଥ ଲାଠି ନାମକ ଜଣେ ତୃତୀୟଲିଙ୍ଗିକୁ ଆଣି ନିଜନି ଘରେ ରଖିଥିଲେ ।

ସୋମନାଥଙ୍କ ସହିତହି ରଶ୍ମୀରଞ୍ଜନ ଶାରିରୀକ ସମ୍ପର୍କ ରଖିଥିଲେ । ସୋମନାଥଙ୍କ ସହିତହି ପ୍ରେମ ବିଚ୍ଛେବି ଦ ହେବାରୁ ଜାନୁଆରୀ ୨ ତାରିଖ ଦିନଦି ରଶ୍ମୀରଞ୍ଜନଙ୍କ ପରିବାର ଲୋକ ଘରେ ନଥିବା ସୁଯୋଗରେ ଏକୁଟିଆଟି ପା ଇ ଘର ଭିତରେ ତୃତୀୟଲିଙ୍ଗି ସୋମନାଥ ଲାଥ ଲୁହା ରଡରେ ଆକ୍ରମଣ କରିଥିଲା । ପରେ ରଶ୍ମୀରଞ୍ଜନଙ୍କ ମୃତ୍ୟୁ ଘଟିଥିଟିଲା । ସୋମନାଥ ରଶ୍ମୀରଞ୍ଜନଙ୍କ ଘରୁ ଟଙ୍କା ସହ କିଛି ସୁନା ଅଳଙ୍କାର ଲୁଟ୍ କରି ମୋଟର ସାଇକେଲ ଯୋଗେ ଫେରାର ହୋଇଯାଇଥିଲା ।

ରଶ୍ମୀରଞ୍ଜନଙ୍କ ମା’ ଏନେଇ ଜଙ୍କିଆ ଥାନାରେ ଲିଖିତ ଅଭିଯୋ ଗ କରିଥିଲେ । ଜଙ୍କିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ସୋମନାଥକୁ ଧରିବା ପାଇଁପୋଲିସ ୩ଟି ଟିମଟି ଗଠନ କରି ବିଭିବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା । ଶେଷରେ ଅଭିଯୁକ୍ତକୁ ଯାଜପୁରରୁ ଗିରଫ କରିଛି ପୋଲିସ । ସମଲିଙ୍ଗୀ ପ୍ରେମ ସମ୍ପର୍କକୁ ନେଇ ହତ୍ୟାକାଣ୍ଡ ହୋଇଥିବା ପୋଲିସ ଅତିରିତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁରେନ୍ଦ୍ର ନାଥ ମୁର୍ମୁ ଜଙ୍କିଆ ଥାନାରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକଦି ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.