fbpx

ସବୁ ତାଙ୍କୁ ଡରୁଛନ୍ତି ମୁଁ ନୁହେଁ, ଗଣତନ୍ତ୍ର ବଞ୍ଚାଇବା ପାଇଁ ଲଢ଼ୁଛି ଆଉ ଲଢ଼ିବି କେହି ଅଟକାଇ ପାରିବେ ନାହିଁ

ନୂଆଦିଲ୍ଲୀ: ସାଂସଦ ପଦ ଯିବା ପରେ ରାହୁଲ ଗାନ୍ଧୀ ଗଣମାଧ୍ୟମ ସମ୍ମିଳନୀ ଡାକିଛନ୍ତି ।ଏହି ସମ୍ମିଳନୀରେ ରାହୁଲ ମୋଦୀଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେତେ ଯାହା ଚାହିଁଲେ ମଧ୍ୟ ମୋତେ ବନ୍ଦ କରାଯାଇ ପାରିବ ନାହିଁ । ମୁଁ କାହାକୁ ଡରି ନାହିଁ । ମୋର ପଦ ରଦ୍ଦ କରି ସେମାନେ ମୋର ଯେଉଁ ଅଭିମୁଖ୍ୟ ଅଛି ତାହାକୁ ବଦାଳାଇ ପାରିବେ । ମୁଁ ବାରମ୍ବାର ସେହି ଗୋଟିଏ ପ୍ରଶ୍ନ ପଚାରିବାକୁ ଚାଉଁଛି ମୋଦୀ ଆଉ ଅଦାନୀଙ୍କ ଭିତରେ ସମ୍ପର୍କ କଣ?

ସେମାନେ ମୋର ପଦ ରଦ୍ଦ କରି ବାସ ଯେଉଁ ମୁଖ୍ୟ ପ୍ରସଙ୍ଗ ରହିଛି ତାହା ଉପରୁ ଧ୍ୟାନ ହଟେଇବା ପାଇଁ ଚେଷ୍ଟା କରୁଛନ୍ତି । ସବୁ ବିଜେପି ନେତା ଜାଣିଛନ୍ତି ମୋଦୀ ଆଉ ଅଦାନୀଙ୍କ ସମ୍ପର୍କ କଣ ରହିଛି । କିନ୍ତୁ ସେମାନେ ତାଙ୍କୁ ଡରୁଛନ୍ତି । ମୋଦୀ ତାଙ୍କୁ କହିଛନ୍ତି ବାସ ଅଦାନୀ ପ୍ରସଙ୍ଗରୁ ହଟାଇ ଦିଆଯିବା ଦରକାର ବାସ ତାଙ୍କ କହିବା ଅନୁସାରେ ସେମାନେ ଏହା କରୁଛନ୍ତି ।

ମୋତେ କହିବାକୁ ମଉକା ଦିଆଯାଉ ବୋଲି କହିଲି ଏହାପରେ ମୁୂଁ ୨ଥର ଚିଠ ମଧ୍ୟ ଲେଖିଲି ଏହା ପରେ ମୁଁ ବାଚସ୍ପତିଙ୍କୁ ଭେଟିଲି ଏହା ପରେ ମଧ୍ୟ ସେମାନେ ମତେ କହିବାକୁ ଦେଲେ ନାହିଁ କାରଣ ସେମାନେ ମୋତେ ଡରୁଛନ୍ତି । ମୁଁ କେଉଁ ତଥ୍ୟ ଦେଇ ଦେବି ତାହାକୁ ନେଇ ଚିନ୍ତିତ ଆଉ ଭୟବୀତ ଅଛନ୍ତି ।

ମୋଦୀ ଜାଣିଛନ୍ତି ମୁଁ ଗୃହରେ ତାଙ୍କ ଉପରେ ନିହାତି ଭାବରେ ମୋର ମନ୍ତବ୍ୟ ପ୍ରକାଶ କରିଥାଆନ୍ତି । ମୁଁ ତାଙ୍କ ଆଖିରେ ଡର ଦେଖିଛି । ମୋଦୀ ଜାଣିଲେ ମତେ ଯଦି ଗୃହକୁ ଦେବାକୁ ଆସିଥାଆନ୍ତେ ମୁଁ ନିଶ୍ଚୟ ତାଙ୍କୁ ମୋର ପ୍ରଶ କରି ଥାଆନ୍ତି । ଆଉ ସେ ଏଥିପାଇଁ ମୋତେ ଗୃହକୁ ଆସିବାକୁ ଦେବାକୁ ଚାହୁଁନଥିଲେ ଯେଉଁ କାରଣରୁ ସେମାନେ ମୋର ସଦସ୍ୟତା ପଦକୁ ରଦ୍ଦ କରିଛନ୍ତି । ମୁଁ ଏହା ପରେ ମଧ୍ୟ ଗୋଟିଏ ପ୍ରଶ୍ନ କରିବାକୁ ଚାହୁଁଛି ଅଦାନୀଙ୍କ ସେଲସ୍କୁ ୨୦ କୋଟି ଟଙ୍କା ଆସିଲା କେଉଁଠୁଁ ।

ମୁଁ ଭାରତର ଲୋକତନ୍ତ୍ର ପାଇଁ ଲଢ଼ୁଛି ଆଉ ଆଗକୁ ମଧ୍ୟ ଲଢ଼ିବି । ପଦ ଗଲେ ମଧ୍ୟ ଲୋକଙ୍କ ମଧ୍ୟରେ ଯାଇ ଲଢ଼ିବି । ମୋର ଯାହା କରିବା ଅଛି ମୁଁ କରିବି । ଆଉ ମୋ ପାଇଁ ଯେଉଁ ବିରୋଧୀ ମାନେ ଛିଡା ହୋଇଛନ୍ତି ସେଥିପାଇଁ ମୁଁ ତାଙ୍କୁ ବହୁ ଧନ୍ୟବାଦ ଦେଉଛି ।

 

Get real time updates directly on you device, subscribe now.