fbpx

୪.୮ ଲକ୍ଷ ନୁହେଁ, କୋଭିଡରେ ୪୭ ଲକ୍ଷ ଭାରତୀୟ ମରିଛନ୍ତି: ରାହୁଲ

ନୂଆଦିଲ୍ଲୀ: କରୋନା ଭାରଇସ୍ ପ୍ରଭାବରେ ଭାରତରେ ମୋଟ ୪୭ ଲୋକଙ୍କର ମୃତ୍ୟୁ ଘଟିଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ କୁହାଯାଇଛି । ତେବେ ହୁ’ର ଏହି ମନ୍ତବ୍ୟ ପରେ ଭାରତ ସରକାରଙ୍କ ପକ୍ଷରୁ କଡ଼ା ବିରୋଧ କରାଯାଇଛି । ଅନ୍ୟପକ୍ଷରେ ହୁ’ ପକ୍ଷରୁ ଜାରି ଏହି କୋଭିଡ୍ ମୃତ୍ୟୁ ତଥ୍ୟକୁ ନେଇ ବିରୋଧୀ ସରକାରଙ୍କ ଉପରେ ଘେରିଛି । ପୂର୍ବତନ ଏଆଇସିସି ସଭାପତି ରାହୁଲ ଗାନ୍ଧି ଏହି ପ୍ରସଙ୍ଗରେ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବର୍ଷିଛନ୍ତି ।

ରାହୁଲ ଟ୍ୱିଟ୍ କରି କହିଛନ୍ତି ଯେ, କୋଭିଡ-୧୯ରେ ଦେଶରେ ୪.୮ ଲକ୍ଷ ନୁହେଁ, ୪୭ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଛି । ତେଣୁ ମୃତକଙ୍କ ପରିବାରଙ୍କୁ ତୁରନ୍ତ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବା ଦରକାର । ବିଜ୍ଞାନ କେବେ ମିଛ କୁହେ ନାହିଁ, ମାତ୍ର ମୋଦୀ କହିପାରିବେ । ଯେଉଁ ପରିବାରମାନେ ସେମାନଙ୍କର ପ୍ରିୟଜନଙ୍କୁ ହରାଇଛନ୍ତି, ସେମାନଙ୍କୁ ସମ୍ମାନ କରିବା ଦରକାର ।

ସୂଚନାଯୋଗ୍ୟ ଯେ, ହୁ’ ପକ୍ଷରୁ କୁହାଯାଇଥିଲା ଯେ, ଗତ ଦୁଇ ବର୍ଷ ମଧ୍ୟରେ କୋଭିଡରେ ପାଖାପାଖି ୧.୫ ଲକ୍ଷ କୋଟି ଲୋକଙ୍କର ମୃତ୍ୟୁ ଘଟିଛି । ଏହି ପରିପ୍ରେକ୍ଷୀରେ ଭାରତରେ ମୋଟ ୪୭ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ଏହି ସଂଖ୍ୟାକୁ ହୁ’ ମହାନିର୍ଦ୍ଦେଶକ ଟେଡ୍ରୋସ ଆଧାନୋମ୍ ଘେବ୍ରେୟେସସ ଅତ୍ୟନ୍ତ ଗମ୍ଭୀର ବୋଲି କହିଥିଲେ ।

ଅନ୍ୟପକ୍ଷରେ ଏନେଇ ନୀତି ଆୟୋଗ ସଦସ୍ୟ ଭିକେ ପଲ କହିଛନ୍ତି ଯେ, କେବଳ ଗାଣିତିକ ମଡେଲକୁ ଆଧାର କରି ହୁ ପକ୍ଷରୁ ମୃତ୍ୟୁ ସଂଖ୍ୟା ଅନୁମାନ କରାଯାଇଛି । ହୁ ପକ୍ଷରୁ ପୁରୁଣା ଟେକନିକ ଓ ମଡେଲ ଜରିଆରେ ମୃତ୍ୟୁ ସଂଖ୍ୟା ସ୍ଥିର କରାଯାଇଛି । ହୁ ଦ୍ୱାରା କେବଳ ୧୭ଟି ରାଜ୍ୟକୁ ନେଇ ତଥ୍ୟ ପ୍ରକାଶ କରାଯାଇଛି । ଦେଶର ମୃତ୍ୟୁସଂଖ୍ୟା କେଉଁ ସମୟରେ ଏକତ୍ର କରାଯାଇଥିଲା ତାହା ହୁ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ ।

Get real time updates directly on you device, subscribe now.