fbpx

ଇଂଲଣ୍ଡ ଗସ୍ତରୁ ବାଦ ପଡିଲେ ରାହୁଲ: ଚିକିତ୍ସା ପାଇଁ ଯିବେ ବିଦେଶ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତରୁ ଆହତ ହୋଇ ବାଦ ପଡିଛନ୍ତି କେ.ଏଲ ରାହୁଲ । ଏହାପରେ ତାଙ୍କ ଆହତ ସମସ୍ୟା ଗୁରୁତର ଥିବା ମନେ ହେଉଛି । କାରଣ ଆସନ୍ତା ଇଂଲଣ୍ଡ ଗସ୍ତରୁ ମଧ୍ୟ ସେ ବାଦ ପଡିଥିବା ବିସିସିଆଇ ତରଫରୁ ସୂଚନା ମିଳିଛି । ଇଂଲଣ୍ଡ ବିପକ୍ଷ ସିରିଜରେ ୭ ଟି ମ୍ୟାଚ ଖେଳିବ ଟିମ ଇଣ୍ଡିଆ । ତେବେ ଭାରତୀୟ ଟେଷ୍ଟ ଦଳର ଉପଅଧିନାୟକ କେ.ଏଲ ରାହୁଲଙ୍କୁ ବୋର୍ଡ ଚିକିତ୍ସା ପାଇଁ ବିଦେଶ ପଠାଇବା ପାଇଁ ଯୋଜନା କରୁଛି ।

ରାହୁଲଙ୍କ ଆଘାତ ଗମ୍ଭୀର ଥିବା ଜଣାଯାଇଛି । ତେଣୁ ବିସିସିଆଇ ତାଙ୍କୁ ଉଚିତ ଚିକିତ୍ସା ପାଇଁ ଜର୍ମାନୀ ପଠାଇବାକୁ ଯୋଜନା କରୁଛି । ଏହାଫଳରେ ଆସନ୍ତା ଇଂଲଣ୍ଡ ଗସ୍ତକୁ ମିସ କରିବେ କେ.ଏଲ ରାହୁଲ । ଏ ନେଇ ସୂଚନା ଦେଇଛନ୍ତି ବିସିସିଆଇ ସଚିବ ଜୟ ଶାହ । ସେ କହିଛନ୍ତି ଯେ, ଏହା ସତ୍ୟ, ବିସିସିଆଇ ରାହୁଲଙ୍କ ଫିଟନେସ ଉପରେ କାମ କରୁଛି ଏବଂ ସେ ଖୁବ ଶୀଘ୍ର ବିଦେଶ ଯାଇ ପାରନ୍ତି । ତେବେ ରାହୁଲ ଚଳିତ ମାସ ଶେଷ କିମ୍ବା ଜୁଲାଇ ମାସ ଆରମ୍ଭରେ ଜର୍ମାନୀ ଯିବାର ସମ୍ଭାବନା ରହିଛି । ଚିକିତ୍ସା ପାଇଁ ରାହୁଲ ବିଦେଶ ଗଲେ ଦଳ ସହିତ ଇଂଲଣ୍ଡ ଯାଇ ପାରିବେ ନାହିଁ ରାହୁଲ ।

ଇଂଲଣ୍ଡ ଗସ୍ତରେ ଗୋଟିଏ ଟେଷ୍ଟ ଏବଂ ୩ଟି ଲେଖାଏଁ ଦିନିକିଆ ଏବଂ ଟି-୨୦ ମ୍ୟାଚ ଖେଳିବ ଭାରତ । ବିରାଟ କୋହଲି ଅଧିନାୟକ ପଦରୁ ଓହରିଯିବା ପରେ ରୋହିତ ଦଳର ନିୟମିତ ଅଧିନାୟକ ଦାୟିତ୍ୱ ପାଇଥିବା ବେଳେ ରାହୁଲଙ୍କୁ ଉପଅଧିନାୟକ ପଦ ମିଳିଥିଲା । କିନ୍ତୁ ରାରହୁଲ ଦଳରୁ ବାଦ ପଡିଲେ ବୁମରାହ କିମ୍ବା ଋଷଭ ପନ୍ତଙ୍କୁ ଏହି ଦାୟିତ୍ୱ ଦିଆଯାଇପାରେ ।

Get real time updates directly on you device, subscribe now.