fbpx
BJD
BJD SKY
BJD SKY

ଝାରପଡ଼ା ଜେଲରେ ରେଡ୍‌, ୬ ଜଣ ଏସପି ସାମିଲ

ଭୁବନେଶ୍ୱର: ଝାରପଡ଼ା ଜେଲରେ କମିଶନରେଟ ପୋଲିସର ରେଡ୍ । ଜେଲରେ ଗ୍ୟାଙ୍ଗୱାର ପରେ ଡସିପିଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଟିମ ଏହି ଚଢ଼ାଉ କରିଥିଲେ । ଏହି ଚଢ଼ାଉରେ ୬ ଜଣ ଏସପି ମଧ୍ୟ ସାମିଲ ଥିଲେ । ଜେଲର ପ୍ରତ୍ୟେକ ସେଲରେ ଚଢ଼ାଉ ଟିମର ଛାନଭିନ୍ ଜାରି ରହିଛି ।

ସୂଚନାରୁ ପ୍ରକାଶ ନିକଟରେ ଭୁବନେଶ୍ୱର ସ୍ଥିତ ଝାରପଡ଼ା ଜେଲରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ୪ ଜଣ ବିଚାରଧୀନ କଏଦୀ ଗୁରୁତର ହୋଇଥିଲେ । ଗୁରୁତରମାନଙ୍କୁ ପ୍ରଥମେ ଜେଲ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଜେଲ ଭିତରେ ଅବାଧ ନିଶା କାରବାରକୁ ନେଇ ଏହି ସଂଘର୍ଷ ଘଟିଥିଲା ।

 

 

Get real time updates directly on you device, subscribe now.