fbpx

ରେଲୱେରେ ନିଯୁକ୍ତି ପାଇଁ ବଡ ସୁଯୋଗ: ଡିସେମ୍ବର ୧୪ରେ ଶେଷ ହେବ ଆବେଦନ ପ୍ରକିୟା

ନୂଆଦିଲ୍ଲୀ: ରେଳବାଇରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି । ଦକ୍ଷିଣ-ପୂର୍ବ ରେଳବାଇ ବୋର୍ଡରେ ଖାଲିଥିବା ଆପ୍ରେଣ୍ଟିସ ପଦ ପାଇଁ ବିଜ୍ଞପ୍ତି ଜାରି ହୋଇଛି । ଯୋଗ୍ୟ ପ୍ରାର୍ଥୀମାନେ ୨୦୨୧ ଡିସେମ୍ବର ୧୪ ପର୍ଯ୍ୟନ୍ତ ଏହି ପଦ ପାଇଁ ଆବେଦନ କରି ପାରିବେ । ଦକ୍ଷିଣ- ପୂର୍ବ ରେଳବାଇ ବିଭିନ୍ନ ୱାର୍କସପରେ ପାଖାପାଖି ୧୭୮୫ଟି ପଦବୀ ଭର୍ତ୍ତି କରିବ । ଏହି ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଖରେ କୌଣସି ମାନ୍ୟତା ପ୍ରାପ୍ତ ବୋର୍ଡରୁ ୫୦ ପ୍ରତିଶତ ମାର୍କ ମାଟ୍ରିକ୍‌ରେ ରହିଥିବା ଆବଶ୍ୟକ । ଏଥିସହିତ ଆଇଟିଆଇ ସାର୍ଟିଫିକେଟ ବି ଥିବା ଆବଶ୍ୟକ । ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ୧୫ରୁ ୨୪ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ଆବେଦନକାରୀ ଅଧିକାରିଙ୍କ ୱେବସାଇଟ rrcser.co.inକୁ ଯାଇ ଆବେଦନ କରି ପାରିବେ ।

Get real time updates directly on you device, subscribe now.