fbpx

ରାଜ୍ୟର ବିଭିନ୍ନ ରେଳ ପ୍ରକଳ୍ପକୁ ନେଇ ବଡ଼ ସୂଚନା ଦେଲେ ରେଳମନ୍ତ୍ରୀ, ଜାଣନ୍ତୁ ମେଟ୍ରୋ ଟ୍ରେନ୍ ଚାଲିବ କେବେ ?

ଭୁବନେଶ୍ୱର: ରେଳ ବିଭାଗକୁ ନେଇ ଆସିଛି ତିନୋଟି ମୁଖ୍ୟ ଖବର। ଏନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛିନ୍ତି। ତେବେ ରଥଯାତ୍ରା ପୂର୍ବରୁ ଆରମ୍ଭ ହେବାକୁ ଯାଉଛି ଜଗନ୍ନାଥ ଏକ୍ସପ୍ରେସ। ଭାରତ ଗୌରବ ପ୍ରକଳ୍ପ ଅନ୍ତର୍ଗତରେ ଚାଲିବ ଜଗନ୍ନାଥ ଏକ୍ସପ୍ରେସ। ସୂଚନା ଅନୁଯାୟୀ ଭାରତୀୟ ସଂସ୍କୃତିକୁ ପ୍ରଦର୍ଶନ କରିବା ପାଇଁ ଭାରତ ଗୌରବ ପକଳ୍ପକୁ ଉଦଘାଟନ କରାଯାଉଛି। ଏହି ପ୍ରକଳ୍ପ ଅଧିନରେ ପ୍ରଥମେ ରାମାୟଣ ଏକ୍ସପ୍ରେସ ଆରମ୍ଭ କରାଯାଇଛି। ରାମାୟଣ ଏକ୍ସପ୍ରେସ ଚାଲିବା ପରେ ଚାଲିବ ଜଗନ୍ନାଥ ଏକ୍ସପ୍ରେସ।

ସେପଟେ ଓଡ଼ିଶାକୁ ଖୁବ ଶୀଘ୍ର ଆସିବ ବନ୍ଦେ ଭାରତ ଏକ୍ସପ୍ରେସ। ଏନେଇ ତଥ୍ୟ ଦେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଦ୍ରୃତ ଗତିରେ ଚଳାଚଳ କରୁଥିବା ଏହି ରେଳ ଓଡ଼ିଶାକୁ ଆସିବାକୁ ଯାଉଛି। ଅନ୍ୟପଟେ ରାଜ୍ୟରେ ମେଟ୍ରୋ ଟ୍ରେନ ଚଳାଚଳ ନେଇ ରେଳମନ୍ତ୍ରୀ ସୂଚନା ଦେଇଛିନ୍ତି। ତେବେ ରାଜ୍ୟରେ ମେଟ୍ରୋ ଚାଲିବା ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଇନାହାନ୍ତି। ପ୍ରସ୍ତାବ ଆସିବା ପରେ ରାଜ୍ୟରେ ଚାଲିବ ମେଟ୍ରୋ। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ ସରକାର କୌଣସି ପ୍ରସ୍ତାବ ଦେଇ ନାହାନ୍ତି।

Get real time updates directly on you device, subscribe now.